ଯୋଗ କରୁଥିବା ଲୋକଙ୍କ ଉପରେ ମାଡି ଗଲା ପିକ୍‌ ଅପ୍‌ ଭ୍ୟାନ, ୬ ମୃତ

ଜୟପୁର . – ରାଜସ୍ଥାନର ଭରତପୁରରେ ଯୋଗ କରୁଥିବା ଲୋକଙ୍କ ଉପରେ ଦ୍ରୁତ ଗତିର ଏକ ପିକ୍‌ ଅପ୍‌ ଭ୍ୟାନ ମାଡି ଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ରାସ୍ତା ପାର୍ଶ୍ୱରେ ଥିବା ଏକ ଖୋଲା ସ୍ଥାନରେ ପ୍ରତିଦିନ ଯୋଗ କରିଥାଆନ୍ତି । ମାତ୍ର ଗୁରୁବାର ସକାଳେ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍‌ ଅପ୍‌ ଭ୍ୟାନ ନିୟନ୍ତ୍ରଣ ହରାଇ ଏମାନଙ୍କ ଉପରକୁ ମାଡିଯାଇଥିଲା । ଲୋକମାନେ କିଛି ବୁଝିବା ପୂର୍ବରୁ ଏହା ଘଟିଥିଲା । ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ସେହିସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟାଇଥିଲା । ଏବେ ଡ୍ରାଇଭରକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନସ୍ଥାନରେ ଚଢଉ ଜାରି ରଖିଛି । ସମସ୍ତ ମୃତକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏକ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।

Comments are closed.