ଦିବ୍ୟାଙ୍ଗ ଦର୍ଶନ ସହାୟତା କେନ୍ଦ୍ର ଉଦ୍‍ଘାଟିତ

0

ପୁରୀ: ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଦର୍ଶନ ସହାୟତା କେନ୍ଦ୍ର ମଙ୍ଗଳବାର ଶରଧାବାଲିରେ ଉଦ୍‍ଘାଟିତ ହୋଇଛି ।
ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ବରିଷ୍ଠ ଆଇନଜୀବୀ ଉମା ବଲ୍ଲଭ ମହାପାତ୍ର ଏବଂ ମୁକ୍ତିମଣ୍ଡପ ପଣ୍ଡିତସଭା ସମ୍ପାଦକ ଭଗବାନ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଜିଲା ପ୍ରଶାସନ ଓ ବେୟାରଫୁଟ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରୀଜୀଉଙ୍କ ଆଡ଼ପମଣ୍ଡପ ଦର୍ଶନ ନିମନ୍ତେ ହୁଇଲ୍‍ ଚେୟାର ଯୋଗାଇ ଦିଆଯାଇଛି । ସେଥିରେ ସହାୟତା ପାଇଁ ଶତାଧିକ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ବେୟାରଫୁଟ ସଭାପତି ନଟବର ସାହୁ ଓ ସମ୍ପାଦକ ଯୁଗବ୍ରତ କର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି ବ୍ୟବସ୍ଥାର ସହାୟତା ନେବାକୁ ଶ୍ରୀ କର ଅନୁରୋଧ କରିଛନ୍ତି ।

Leave A Reply