ମାଡ଼ିଗଲା ଜେସିବି: ୨ ଛାତ୍ର ମୃତ

0

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ପିରିକୁଡି ଠାରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ସମୟରେ ପଛରୁ ଦ୍ରୁତ ବେଗରେ ଆସୁଥିବା ଏକ ଜେସିବି ଗାଡି ମାଡି ଯିବାରୁ ଘଟଣାସ୍ଥଳରେ ଦୁଇଜଣ ସ୍କୁଲ ଛାତ୍ରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁୁ ବାଇକରେ ବସିଥିବା ଦୁଇ ଛାତ୍ର ତଳେ ପଡି ଯାଇଥିଲେ। ଏତିକିବେଳେ ପଛରୁ ଆସୁଥିବା ଜେସିବି ଗାଡି ମାଡି ଯିବାରୁ ଦୁଇ ଛାତ୍ର ଚିକୁନ ବେହେରା ଓ ରାଜକିଶୋର କହଁରଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଜିଲା ମେଡିକାଲରେ ଭର୍ତ୍ତିି କରାଯାଇଛି। ମୃତ ଦୁଇ ଛାତ୍ର
ଦୁତିପଡା ହାଇସ୍କୁଲରେ ନବମ ଶ୍ରଣୀରେ ପଢୁଥିଲେ ଏବଂ ସେମାନଙ୍କ ଘର ଖଉମୁଣ୍ଡାରେ। ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ମୃତଦେହ ରଖି ଲୋକେ ଫୁଲବାଣୀ- ଭୁବନେଶ୍ୱର ରାଜପଥକୁ ଅବରୋଧ କରିଛନ୍ତି। କ୍ଷତିପୂରଣ ଦେବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଖଜୁରିପଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ସଦର ଏସଡିପିଓ ସୁରେନ୍ଦ୍ର୍ରନାଥ ମୁର୍ମୁ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ଲୋକଙ୍କୁ ବୁଝାସୁଝା କରାଯାଉଛି ଏବଂ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚାଲିଛି ବୋଲି କହିଛନ୍ତି ଥାନା ଅଧିକାରୀ ଅନୀତା କିଡ୍ଡୋ।
ମାଡ଼ିଗଲା ଜେସିବି…

Leave A Reply