ମୁକ୍ତିଲାଭ କଲା ନୱାଜ ଉଦ୍ଦିନ୍‍ ସିଦ୍ଧିକିଙ୍କ ‘ଫଟୋଗ୍ରାଫ’

0

ମୁମ୍ବଇ : ନୱାଜ ଉଦ୍ଦିନ୍‍ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍‍ର ଶୁକ୍ରବାର(୧୫ମାର୍ଚ୍ଚ) ମୁକ୍ତିଲାଭ କରିଛି। ରିତେଶ ବର୍ମାଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନୱାଜ ଉଦ୍ଦିନ୍‍ ସିଦ୍ଧିକି ଓ ସାନ୍ୟା ମଲହୋତ୍ରାଙ୍କ ମଧ୍ୟରେ ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟିକୁ ପ୍ରଥମ ଦିନ ଦର୍ଶକମାନେ ବେଶ୍‍ ପସନ୍ଦ କରିଥିବା ଜଣାପଡିଛି।

courtesy-the indian express

ଜଣେ ସଂଘର୍ଷରତ ରୋଡସାଇଡ୍ ଫଟୋଗ୍ରାଫର୍ ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ ନୱାଜ ଉଦ୍ଦିନ୍‍ ସିଦ୍ଧିକି ତାଙ୍କ ଜେଜେମାଙ୍କ ଚାପରେ ଆସି ବାହାହେବାକୁ ଚାହୁଁଛନ୍ତି। ତେଣୁ ସେ ଜଣେ ମହିଳାଙ୍କୁ ନିଜ ପତ୍ନୀ ଭାବେ ଅଭିନୟ କରିବାକୁ କହୁଛନ୍ତି। ତେବେ ଏହି ଅଭିନୟ ଭିତରେ ସେମାନଙ୍କ ଭିତରେ ଗଢ଼ି ଉଠୁଛି ସତସତିକା ପ୍ରେମ ସମ୍ପର୍କ।

courtesy-firstpost.com

ଏହାପୂର୍ବରୁ ଚଳଚ୍ଚିତ୍ର ’ଫଟୋଗ୍ରାଫର’ ସନଡାନ୍ସ ଫେଷ୍ଟିଭାଲରେ ସ୍ଥାନ ପାଇଥିଲା। ଏଥିସହ ଏହାକୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ବର୍ଲିନରେ ଦେଖାଯାଇଥିଲା। ସେଠାରେ ଏହି ଚଳଚ୍ଚିତ୍ରକୁ ବେଶ୍ ପସନ୍ଦ କରାଯାଇଥିଲା। ଚଳଚ୍ଚିତ୍ରରେ ନୱାଜ ଓ ସାନ୍ୟାଙ୍କ ନିଆରା ଯୋଡ଼ି ଦର୍ଶକଙ୍କୁ ବେଶ୍ ଆକୃଷ୍ଠ କରିଛି। ସାନ୍ୟା ପୂର୍ବରୁ ଚଳଚ୍ଚିତ୍‍ ’ବଧାଇ ହୋ’ରେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ଅଭିନୟ କରିଥିଲେ।

Leave A Reply