୫୫ ବର୍ଷ ବୟସରେ ବିଧାୟକ ସ୍ନାତକ ଛାତ୍ର

0

ଉଦୟପୁର : ରାଜସ୍ଥାନର ଉଦୟପୁର ଗ୍ରାମୀଣ ବିଧାନସଭା ଆସନର ବିଧାୟକ ଫୁଲ୍‍ ସିଂହ ମୀନା ୫୫ ବର୍ଷ ବୟସରେ ସ୍ନାତକ ପ୍ରଥମ ବର୍ଷରେ ପାଠ ପଢୁଛନ୍ତି। ବିଧାୟକ ଫୁଲ୍‍ ସିଂହ ମୀନାଙ୍କ ୫ଝିଅ ଏହି ବୟସରେ ପାଠ ପଢିବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସରକାରୀ ବିଦ୍ୟାଳୟର ଜଣେ ଅଧ୍ୟକ୍ଷ ତାଙ୍କୁ ପାଠ ପଢିବାରେ ସହାୟତା କରୁଛନ୍ତି।

ବିଧାୟକ ଫୁଲ୍‍ ସିଂହ ମୀନା ପୂର୍ବରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ପ୍ରାୟ ୪୦ ବର୍ଷ ପରେ ଝିଅମାନଙ୍କ ପ୍ରେରଣାରେ ସେ ପୁଣିଥରେ ପାଠପଢା ଆଡ଼କୁ ମନ ବଳାଇ ଦଶମ-ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ। ବର୍ତ୍ତମାନ ସେ ସ୍ନାତକ ପ୍ରଥମ ବର୍ଷର ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପଢିବା ସହ ମୀନା ରାଜନୀତି ପାଇଁ ମଧ୍ୟ ସମୟ ଦେଉଛନ୍ତି। ସେଥିପାଇଁ କାମରେ ଯାଉଥିବା ବେଳେ ସେ କାର୍‍ ଭିତରେ ପାଠ ପଢିଥା’ନ୍ତି। ପାଠପଢା ପ୍ରତି ଆଗ୍ରହ ଦେଖି ମନ୍‍ବାଖେଡ଼ା ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ ଲୁନାବତ୍‍ ତାଙ୍କୁ ଘରେ ପାଠ ପଢାଉଛନ୍ତି। ମୀନା ହୁଏତ କମ୍‍ ପାଠ ପଢିଥାଇ ପାରନ୍ତି ହେଲେ ସେ ତାଙ୍କ ଝିଅ ମାନଙ୍କୁ ଉଚ୍ଚ ଶିକ୍ଷିତ କରାଇଛନ୍ତି। ରାତିରେ ଘରକୁ ଫେରିବା ପରେ ସେ ତାଙ୍କ ଝିଅମାନଙ୍କ ସହାୟତାରେ ପାଠ ପଢିଥା’ନ୍ତି। ମୀନାଙ୍କ କହିବା ଅନୁସାରେ, ବିଧାୟକ ହେବା ପରେ ବିଦ୍ୟାଳୟର କାର୍ଯ୍ୟକ୍ରମ ମାନଙ୍କରେ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ବିଷୟରେ ଭାଷଣ ଦେବା ସମୟରେ ମୁଁ ନିଜେ ପାଠପଢାରେ ଅଗ୍ରଗତି କରି ପାରିନାହିଁ ବୋଲି ମୋତେ ଅନୁଭବ ହୋଇଥିଲା। ଏହା ସହ ମୋ ଝିଅମାନେ ମଧ୍ୟ ମୋତେ ପାଠ ପଢିବାକୁ ପ୍ରେରଣା ଦେଇଛନ୍ତି। ତେଣୁ ସ୍ନାତକ ହେବାପାଇଁ ବିଧାୟକ ମନ ବଳାଇଛନ୍ତି।

Leave A Reply