ଆଲାର୍ମ ଶବ୍ଦ ବଦଳରେ ଏଥରକ ସୁମଧୁର ସଙ୍ଗୀତ ଜାଗ୍ରତ କରାଇବ

0

ଆମମାନଙ୍କ ମଧ୍ୟରୁ ୫୧% ଲୋକେ ନିୟମିତ ଆଲାର୍ମ ଦେଇ ଶୋଇଥାନ୍ତି। ସକାଳବେଳା ଉଠନ୍ତୁ ଅବା ନାହିଁ, କିନ୍ତୁ ଆଲାର୍ମ ଦେବା ନିୟମ ଅଟେ। ଭୋରବେଳାର ନିଦରେ ଆଲାର୍ମ ଶବ୍ଦ ପ୍ରକୃତରେ କାନକୁ ଅତିଷ୍ଠ କରେ। ଏଣୁ ଏଥିରୁ ରକ୍ଷା ପାଇବା ନିମନ୍ତେ ଏବେ ନିଜ ମନପସନ୍ଦର ଗୀତ ଶୁଣି ହିଁ ସକାଳୁ ଉଠନ୍ତୁ। ଗୁଗୁଲ୍ ବିଶେଷଜ୍ଞ ଦଳ ଏଥର ପ୍ଲେ-ଷ୍ଟୋର୍‌ରେ ଏକ ଆପ୍ଲିକେସନ୍ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି, ଯାହାକୁ ଯଥା ଭାବେ ସେଟଂ କଲେ ଆଲାର୍ମ ଶବ୍ଦ ବଦଳରେ ଜଣେ ବ୍ୟକ୍ତିି ନିଜ ମନସପନ୍ଦର ଗୀତକୁ ଶୁଣିଶୁଣି ନିଦ ଭାଙ୍ଗିବେ। ଗୁଗୁଲ୍ କ୍ଲକ୍ ଆପ୍ଲିକେସନ୍ ରେ ଏହି ଫିଚର ଥିବାବେଳେ ନୂତନ ଆଣ୍ଡ୍ରଏଡ୍ ଫୋନ୍‌ରେ ଏହା ପରିଚାଳିତ ହେଉଛି। ଯଥା ଶୀଘ୍ର ଏହି ଆପ୍ଲିକେସନ୍‌ର ଉପଯୋଗ କରନ୍ତୁ।

Leave A Reply