ପୁଲିସ ଚାପରେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

0

ଫିରିଙ୍ଗିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଶଖିପଡା ଗ୍ରାମର ଶ୍ରୀବତ୍ସ ନାୟକ(୫୦) ନାମକ ଜଣେ ବ୍ୟକ୍ତି ପୁଲିସ ଚାପରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଶ୍ରୀବତ୍ସ ନାୟକ ଓ ତାଙ୍କ ପତ୍ନୀ ପ୍ରାୟ ସମୟରେ ଝଗଡା ଲାଗୁଥିଲେ। ଏହାକୁ ନେଇ ଉଭୟ ପୁଲିସର ଦ୍ୱାରସ୍ତ ହୋଇଥିଲେ। ପୁଲିସର ଆପୋଷ ସମାଧାନ ଅନୁସାରେ ଉଭୟ ଅଲଗା ରହିବାପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଶୁକ୍ରବାର ନିଜ ପୁଅଙ୍କ ସହ ଶ୍ରୀବତ୍ସ କୌଣସି ଏକ ଟଙ୍କା କାରବାରକୁ ନେଇ ନିଜ ପତ୍ନୀ ପାଖକୁ ଯାଇଥିଲେ। ସେଠାରେ ବଚସା ପରେ ପୁଅମାନେ ମା’କୁ ମାଡ ମାରିଥିଲେ। ଏ ନେଇ ଶ୍ରୀବତ୍ସଙ୍କ ପତ୍ନୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବରପାଇ ଶ୍ରୀବତ୍ସକୁ ଫୋନ କରି ଗାଳି ସହ ଧମକ ଦେଇଥିଲେ। ପରେ ଶ୍ରୀବତ୍ସ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ଶ୍ରୀବତ୍ସଙ୍କ ପୁଅ କନ୍ଧମାଳ ଏସ୍‍ପିଙ୍କୁ ଥାନା ଅଧିକାରୀଙ୍କ ଧମକ ଯୋଗୁ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ଏସ୍‍ପି ଏସଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply