ପୁଣି ମହଙ୍ଗା ହେଲା ପେଟ୍ରୋଲ୍‍

0

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପାଇଁ ସ୍ଥଗିତ ଥିବା ତୈଳ ଦର ୧୯ ଦିନ ପରେ ପୁଣି ବଢ଼ିଛି। ଦିଲ୍ଲୀ ଓ ମୁମ୍ବଇରେ ପେଟ୍ରୋଲ୍‍ ମୂଲ୍ୟ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ କୋଲକତା ଓ ଚେନ୍ନାଇରେ ୧୮ ପଇସା ବୃଦ୍ଧି ପାଇଛି। ଏପ୍ରିଲ୍‍ ୧ ତାରିଖରୁ ପେଟ୍ରୋଲ୍‍ ମୂଲ୍ୟ ହାରାହାରି ଲିଟର ପିଛା ୧.୩୦ ଟଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଥିବାରୁ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତର ମୋଟ ତୈଳ ଚାହିଦାର ୮୩% ଆମଦାନୀ ହେଉଥିବାରୁ ଦେଶର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ୁଛି।

Leave A Reply