ପେଟ୍ରୋଲ, ଡିଜେଲ ଓ ସୁନା ଦର ବଢ଼ିବ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧ ଟଙ୍କା ବୃଦ୍ଧି ପାଇବ। ଶୁକ୍ରବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ସମୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସୂଚନା ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ୧ଟଙ୍କାର ସେସ୍‌ ଲାଗୁ କରାଯିବ ବୋଲି ବଜେଟରେ ବ୍ୟବସ୍ଥା ହୋଇଛି। ସେହିପରି ସୁନା ଦର ମଧ୍ୟ ବଢ଼ିବ। ସୁନା ଉପରେ ସୀମା ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ସୀମା ଶୁଳ୍କ ୧୦% ରହିଥିବାବେଳେ ଏଥିରେ ୨.୫% ବୃଦ୍ଧି କରାଯାଇ ୧୨.୫% ଧାର୍ଯ୍ୟ କରାଯାଇଛି।

Comments are closed.