ମହଙ୍ଗା ହେବ ତୈଳ:ଲିଟର ପିଛା ୪ ଟଙ୍କା ବଢ଼ିପାରେ ପେଟ୍ରୋଲ, ଡିଜେଲ

0

ନୂଆଦିଲ୍ଲୀ : ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ। କାରଣ ନିକଟରେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟାଇପାରନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ ବିପଣନକାରୀ କମ୍ପାନୀଗୁଡିକ ପାଖାପାଖି ୩ ସପ୍ତାହ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ସଂଶୋଧନ ନ କରି ଦର ଅପରିବର୍ତ୍ତିତ ରଖିଥିଲେ।
ନିର୍ବାଚନ ଶେଷ ହେବା ପରଠାରୁ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୬୯ ପଇସା ବୃଦ୍ଧି ଘଟିଛି। ତେବେ ଆଜି ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୨ ପଇସା ବୃଦ୍ଧିି ଘଟି ୭୫ ଟଙ୍କା ୩୨ ପଇସାରେ ପହଞ୍ôଚଛି। ବିଗତ ୫ବର୍ଷ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର। ସେହିଭଳି ଉପରୋକ୍ତ ୩ ସପ୍ତାହ ମଧ୍ୟରେ ଡିଜେଲ ମୂଲ୍ୟରେ ୮୬ ପଇସା ବୃଦ୍ଧି ଘଟିଛି। ଆଜି ନୂଆଦିଲ୍ଲୀରେ ଡିଜେଲ ମୂଲ୍ୟରେ ମଧ୍ୟ ଲିଟର ପିଛା ୨୨ ପଇସା ବୃଦ୍ଧି ଘଟି ୬୬ ଟଙ୍କା ୭୯ ପଇସା ହୋଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର। ତୈଳ ବିପଣନକାରୀ କମ୍ପାନୀଗୁଡିକ ଆସନ୍ତା ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୩ଟଙ୍କା ୫୦ ପଇସାରୁ ୪ ଟଙ୍କା ଯାଏ ବୃଦ୍ଧିି ଘଟାଇପାରନ୍ତି ବୋଲି କୋଟାକ୍‍ ଇନ୍‍ଷ୍ଟିିଚ୍ୟୁସନାଲ ଇକ୍ୟୁଟିଜ୍‍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ୩ ସପ୍ତାହ ଧରି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଥିଲେ ସୁଦ୍ଧା ଘରୋଇ ବଜାରରେ ଦର ବୃଦ୍ଧି କରା ନ ଯିବା ଯୋଗୁ ତୈଳ ବିପଣନକାରୀ କମ୍ପାନୀଗୁଡିକ ସେ ସମୟରେ ହୋଇ ଥିବା କ୍ଷତି ଭରଣା ପାଇଁ ଆଗାମୀ ଦିନରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧିି ଘଟାଇବାକୁ ବିଚାର କରୁଛନ୍ତି।

ବ୍ରେଣ୍ଟ୍‍ କ୍ରୁଡ୍‍ ୮୦ ଡଲାର ଛୁଇଁଲା; ୨୦୧୪ ପରେ ସର୍ବାଧିକ

ଲଣ୍ଡନ୍‍ : ଯୋଗାଣରେ ହ୍ରାସ ଯୋଗୁ ଉତ୍ତର ମହାସାଗରର ବ୍ରେଣ୍ଟ୍‍ କ୍ରୁଡ୍‍ ମୂଲ୍ୟ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୮୦ ଡଲାର ଛୁଇଁଛି। ୨୦୧୪ ନଭେମ୍ବର ପରେ ଅଶୋଧିତ ତୈଳ ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚ ସ୍ତର। ଜୁଲାଇ ମାସ ଯୋଗାଣ ନିମନ୍ତେ ଉର୍ଦ୍ଦିଷ୍ଟ ବ୍ରେଣ୍ଟ୍‍ ନର୍ଥ ସି କ୍ରୁଡ୍‍ ମୂଲ୍ୟ ବ୍ୟାରେଲ ପିଛା ୮୦.୧୮ ଡଲାରରେ ପହଞ୍ôଚଛି। ବୁଧବାର ତୁଳନାରେ ଆଜି ଅଶୋଧିତ ତୈଳ ମୂଲ୍ୟରେ ୫୧ ସେଣ୍ଟସ୍‍ ବୃଦ୍ଧି ଘଟିଛି। ଆମେରିକା ରାଷ୍ଟ୍ର୍ରପତି ଡୋନାଲ୍ଡ ଟ୍ରମ୍ଫ ଇରାନ୍‍ ସହ ପରମାଣୁ ଚୁକ୍ତିରୁ ଓହରିବା ଏବଂ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ଭେନିଜୁଏଲା ଉତ୍ପାଦନରେ ହ୍ରାସ ଘଟାଇବା ଫଳରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବିଶ୍ୱ ବଜାରରେ ଦର ବୃଦ୍ଧି ଘଟୁଥିବା ଅନନ୍ତର୍ଜାତୀୟ ଶକ୍ତି ଏଜେନ୍ସି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ୬୬ ଟଙ୍କା ୬୨ ପଇସାରୁ ୬୭ ଟଙ୍କା ୦୬ ପଇସାକୁ ହ୍ରାସ ଘଟିଛି, ଯାହା ଫଳରେ ତୈଳ ଆମଦାନୀ ମହଙ୍ଗା ହୋଇଛି। ଏଥିଯୋଗୁ ବଜାରରେ ତୈଳ ମୂଲ୍ୟ ପ୍ରଭାବିତ ହେଉଛି।

Leave A Reply