ସ୍ଥଳଭାଗ ଛୁଇଁଲା ‘ପେଥାଇ’

0

ଭୁବନେଶ୍ୱର: ସୋମବାର ସାମୁଦ୍ରିକ ଝଡ଼ ପେଥାଇ ସ୍ଥଳଭାଗ ଛୁଇଁଛି । ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା କାଟ୍ରେନିକୋଣାର ସମୁଦ୍ରରେ ସାମୁଦ୍ରିକ ଝଡ଼ ଦୁର୍ବଳ ହୋଇ ବାତ୍ୟା ରୂପରେ ନେଇଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ଲାଗି ରହିଛି । ଆନ୍ଧ୍ରର ୩୫୦ଟି ଗାଁରୁ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି। ଓଡିଶାର ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନାଗିରି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବର୍ତ୍ତମାନ ବାତ୍ୟା ପେଥାଇ ଉପକୂଳର ୟାନମ ଠାରୁ ୩୫ କିମିଦୂରରେ ରହିଥିବା ବେଳେ କାକିନାଡାର ୬୦କିମି ଦୂରତାରେ ରହିଛି ।

ପାରଳାଖେମୁଣ୍ଡି, ଗଜପତିରେ ବାତ୍ୟା ପେଥାଇର ମୁକାବିଲା ପାଇଁ ଜିଲାପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ୧୭୪ଟି ସେଲଟର ହୋମରେ ୧୩୪୬୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ମାଗଣା ଖାଦ୍ୟ ପ୍ରଦାନ କରାଯାଉଛି।

Leave A Reply