ଆପଣଙ୍କୁ ପଶୁପକ୍ଷୀ ପସନ୍ଦ କି ? ରାଶି ଅନୁଯାୟୀ ରଖନ୍ତୁ ଏହି ପଶୁପକ୍ଷୀ

0

କିଛି ଲୋକଙ୍କୁ ପଶୁପକ୍ଷୀ ରଖିବା ବହୁତ ପସନ୍ଦ ଅଟେ। ଅନେକ ଲୋକ ନିଜର ଏକୁଟିଆପଣ ଦୂର କରିବା ପାଇଁ ପଶୁପକ୍ଷୀ ରଖିଥାଆନ୍ତି। ପଶୁପକ୍ଷୀ ଘରେ ରହିବା ଦ୍ବାରା ଏକ ଅଲଗା ପରିବେଶ ସୃଷ୍ଟି ହୋଇଥାଏ। ଏହାଦ୍ବାରା ଘରର ପରିବେଶ ମଧ୍ୟ ଭଲ ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରେ ପାଳୁଥିବା ପଶୁପକ୍ଷୀଙ୍କ ବିଷୟରେ ଅନେକ କିଛି କୁହାଯାଇଛି। ରାଶି ହିସାବରେ ଗୃହପାଳିତ ପଶୁପକ୍ଷୀ ରଖିବା ଶୁଭ ଅଟେ।

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ପଶୁପକ୍ଷୀ ରଖିବେ ..

ମେଷ : ଏହି ରାଶିର ବ୍ୟକ୍ତିମାନେ କୁକୁର ପାଳିବା ଉଚିତ।

ବୃଷ : ଏହି ରାଶିର ବ୍ୟକ୍ତି ବିଲେଇ ପାଳିବା ଉଚିତ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିମାନେ ଶୁଆ ପାଳିବା ଉଚିତ।

କର୍କଟ : ଏହି ରାଶିର ବ୍ୟକ୍ତିମାନେ ଧଳା ମୂଷା ରଖିପାରିବେ।

ସିଂହ : ଏହି ରାଶିର ବ୍ୟକ୍ତି ଘୋଡା ପାଳନ କରିପାରିବେ।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ ଘରେ ମାଛ ରଖିବା ଉଚିତ।

ତୁଳା : ଏହି ରାଶିର ବ୍ୟକ୍ତି ବିଲେଇ ରଖିବା ଶୁଭ ଅଟେ।

ବିଛା : ଏହି ରାଶିର ବ୍ୟକ୍ତି ଘରେ ବିଲେଇ ରଖିପାରିବେ।

ଧନୁ : ଏହି ରାଶିର ବ୍ୟକ୍ତି କଇଁଛ ରଖିପାରିବେ।

ମକର : ଏହି ରାଶିର ବ୍ୟକ୍ତି କୁକୁର ରଖି ପାରିବେ।

କୁମ୍ଭ : ଏହି ରାଶିର ବ୍ୟକ୍ତି ରଙ୍ଗବେରଙ୍ଗର ପକ୍ଷୀ ରଖିବା ଉଚିତ।

ମୀନ : ଏହି ରାଶିର ବ୍ୟକ୍ତି ଠେକୁଆ ରଖିବା ଉଚିତ।

Leave A Reply