ପୋଷା ପ୍ରାଣୀଙ୍କ ପାଇଁ ସୁଇମିଂପୁଲ

0

ଧନିକ ଗୋଷ୍ଠୀର ଲୋକେ ନିଜ ପିଲାଙ୍କ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବାର ବହୁ ଉଦାହରଣ ଦେଖିବାକୁ ମିଳେ। ହେଲେ ଏବର ଲୋକେ ନିଜ ପୋଷାପ୍ରାଣୀଙ୍କ ବିଳାସବ୍ୟସନରେ ମଧ୍ୟ ହାତଖୋଲା ଖର୍ଚ୍ଚ କରିବାରେ ଆଦୌ ମନ ଊଣା କରୁନାହାନ୍ତି। ବିଦେଶୀ ରାଷ୍ଟ୍ରରେ ପୋଷା ଜନ୍ତୁ କୁକୁର, ବିଲେଇଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟୁଟି ପାର୍ଲର ଥିବାବେଳେ ପ୍ୟାରିସ୍‌ରେ ଗତ ବର୍ଷ ବିଲେଇଙ୍କ ପାଇଁ ହୋଟେଲ ଓ ରେସ୍ତୋରାଁ ତିଆରି କରାଯାଇଛି। ଏସବୁ ଲକ୍ଷ୍ୟରେ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହୋଇଥିବାର ଅନୁମାନ କରାଯାଏ।

ପୂର୍ବେ କେବଳ ସମ୍ଭ୍ରାନ୍ତର ପରିଚୟ ଦେଉଥିବା ଏଇ ପୋଷା ଜନ୍ତୁ ଆଜି ମନୁଷ୍ୟର ବନ୍ଧୁ ପାଲଟି ଯାଇଛନ୍ତି କହିଲେ ଭୁଲ ହେବନାହିଁ। ପ୍ରାୟ ୯୦ ବର୍ଷ ତଳେ ବ୍ରିଟେନ୍, ଆମେରିକାର ଧନିକ ବର୍ଗର ଲୋକେ ପାଣି ଜାହାଜରେ ଯାତ୍ରା ସମୟରେ କୁକୁରଙ୍କୁ ସାଥିରେ ନେଇ ଯାଉଥିଲେ। କାରଣ ଏହା ସେସମୟର ଧନୀ ଲୋକଙ୍କ ଜୀବନଶୈଳୀ ଅନ୍ତର୍ଭୁକ୍ତ ଥିଲା। ନିକଟରେ ଚୀନ୍‌ର ହାଙ୍ଗଜୋଉ ସହରରେ ବିଲେଇ ଓ କୁକୁରଙ୍କ ନିମନ୍ତେ ସୁନ୍ଦର ସନ୍ତରଣାଗାରଟିଏ ନିର୍ମିତ ହୋଇଛି। ମାତ୍ର ୭ଦିନ ତଳେ ଖୋଲାଯାଇଥିବା ଏଇ ସନ୍ତରଣାଗାରରେ ନିୟମିତ ଭାବେ କୁକୁରମାଲିକଙ୍କ ଭିଡ଼ ଲାଗୁଛି। ପୋଷାଜନ୍ତୁ ଥରୁଟିଏ ଏଠାରେ ସ୍ନାନ କରିବା ନିମନ୍ତେ ୨୧୮୧ଟଙ୍କା ଦେୟ ଦେବାକୁ ପଡ଼ିଥାଏ ବୋଲି ପ୍ରକାଶ।

Leave A Reply