ନିଦରେ ଚାଲୁଛନ୍ତି କି ? ଜାଣନ୍ତୁ ଏହାର କାରଣ

ଆପଣମାନେ କିଛି ଲୋକଙ୍କୁ ନିଦରେ ଚାଲୁଥିବାର ଦେଖିଥିବେ। କିନ୍ତୁ ଏପରି କାହିଁକି ହୋଇଥାଏ କେବେ ଭାବିଛନ୍ତି କି? ରାତିରେ ନିଦରେ ଚାଲିବା ପରେ ବ୍ୟକ୍ତିଙ୍କୁ କିଛି କଥା ମନେ ନ ଥାଏ। ତେବେ ଆସନ୍ତୁ ଜାଣିବା ନିଦରେ ବ୍ୟକ୍ତିମାନେ କ’ଣ ପାଇଁ ଚାଲି ଥାଆନ୍ତି ?

ଆମ ମସ୍ତିଷ୍କରେ ଦୁଇ ପ୍ରକାରର କେମିକାଲ ସୃଷ୍ଟି ହୋଇଥାଏ। ଗୋଟିଏ ଶୋଇବା ବେଳେ ଓ ଅନ୍ୟଟି ଉଠିବା ବେ​‌ଳେ। ଏହି ଦୁଇଟି କେମିକାଲର ସନ୍ତୁଳନ ଦ୍ବାରା ବ୍ୟକ୍ତିଙ୍କୁ ସଠିକ ଭାବେ ନିଦ ହୋଇଥାଏ। ତେଣୁ ଶୋଇବା ସମୟରେ ଆମ ଶରୀର କ୍ରିୟାଶୀଳ ରହିଥାଏ।

ଅଧିକତଃ ବ୍ୟକ୍ତି ଗଭୀର ନିଦରେ ଚାଲି ଥାଆନ୍ତି। ସେହି ସମୟରେ ସେମାନେ କ’ଣ କରନ୍ତି ତାହା ମଧ୍ୟ ମନେ ନ ଥାଏ। କାରଣ ଶୋଇବା ସମୟରେ ବ୍ୟକ୍ତିଙ୍କ ମସ୍ତିଷ୍କ ସହ ଶରୀରର ସମ୍ବନ୍ଧ ରହି ନଥାଏ। ଏହି କାରଣରୁ ବ୍ୟକ୍ତି ରାତିରେ ଚାଲିଲେ ମଧ୍ୟ ସକାଳୁ ଉଠିଲେ ସବୁ କିଛି ଭୁଲି ଯାଇଥାଏ।

ପିଲାମାନଙ୍କ ଶରୀରରେ ଜିଏବିଏ ନାମକ ଏକ କେମିକାଲ ରହିଥାଏ। ଏହି କେମିକାଲ ନିଦ ହେବାରେ ସାହାଯ୍ୟ କରିଥାଏ। କିନ୍ତୁ କିଛି ପିଲାଙ୍କ ଶରୀରରେ ଏହି କେମିକାଲର ମାତ୍ରା କମ୍‌ ଥାଏ। ତେଣୁ ସେମାନେ ନିଦରେ ଚାଲି ଥାଆନ୍ତି। କିନ୍ତୁ ବଡମାନେ ନିଦରେ ଚାଲିବାର ଅନେକ କାରଣ ରହିଛି। ଯେପରି ଚିନ୍ତିତ ହେବା, ଥକ୍କାପଣ ଓ ଅଧିକ କେଫିନ ନାମକ ତତ୍ତ୍ବର ସେବନ ଏହାର ମୁଖ୍ୟ କାରଣ ହୋଇଥାଏ।

ଏହା ବ୍ୟତୀତ ଶୋଇବାର ଅଭାବ, ମାନସିକ ଚିନ୍ତା, ନିଶାଦ୍ରବ୍ୟର ସେବନ, କୌଣସି କଥାକୁ ଅଧିକ ଭାବିବା କାରଣରୁ ରାତିରେ ଶୋଇବା ସମୟରେ ବ୍ୟକ୍ତି ନିଦରେ ଚାଲି ଥାଆନ୍ତି।

Comments are closed.