ହାଇଦ୍ରାବାଦ ପୁଲିସ ଉପରେ ଫୁଲ ବର୍ଷା, ରାକ୍ଷୀ ବାନ୍ଧିଲେ ମହିଳା

ହାଇଦ୍ରାବାଦ: ପ୍ରାଣୀ ଚିକିତ୍ସକ ‘ଦିଶା’ ଗଣବଳାତ୍କାରୀ ଓ ହତ୍ୟା ମାମଲାର ଅଭିଯୁକ୍ତମାନେ ଏନକାଉଣ୍ଟରରେ ନିହତ ହେବା ପରେ ହାଇଦ୍ରାବାଦ ପୁଲିସକୁ ଦେଶବ୍ୟାପୀ ପ୍ରଶଂସା କରାଯାଉଛି। ଚେତନାପାଲୀ ପୋଲ ତଳେ ପୁଲିସ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିଛି। ଘଟଣା ପରେ ପୁଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଖବର ପ୍ରଚାରିତ ହେବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି। ତେବେ ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ପୁଲିସ ଉପରେ ଫୁଲ ପକାଇ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା। ପୁଲିସର ଏହି କାର୍ଯ୍ୟକୁ ଲୋକମାନେ ପ୍ରଶଂସା କରିଥିଲେ। ପୀଡ଼ିତାଙ୍କ ଘର ପାଖର ମହିଳାମାନେ ପୁଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ।

Comments are closed.