୪ ମହଲା କୋଠାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

0

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଥିବା ଅବୁ ଫୈଜଲ ଏନକ୍ଲେଭର ୪ ମହଲା କୋଠାରେ ନିଆଁ ଲାଗି ୨ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶିଶୁ ଦ୍ୱୟଙ୍କ ପରିଚୟ ଜାୟଦ (୬) ଏବଂ ଆୟଶା (୭) ବର୍ଷ ବୋଲି ଚିହ୍ନଟ କରାଯାଇଛି। ପୁଲିସ୍‍ ପହଞ୍ଚି ଶବ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍‍ କହିବା ଅନୁସାରେ କୋଠାର ୪ ମହଲାରେ ଚାଲିଥିବା ଫରଚ୍ୟୁନ୍‍ ଦୋକାନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏଥିରେ ୨ ଜଣ ଶିଶୁ ଦଗ୍ଧ ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Leave A Reply