‘ପିଠା’ ଯୋଜନାର ସମୀକ୍ଷା ବୈଠକ

0

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ଯୋଜନା ‘ପିଠା’ କୁ ସଫଳ କରିବା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଚିବାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାକୁ ପଞ୍ଚାୟତସ୍ତରରେ ସଫଳ କରିବା ପାଇଁ ରାଜ୍ୟସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଡିସେମ୍ବର, ଜାନୁଆରି ଓ ଫେବୃଆରି ତିନି ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡିଓ ଦାୟିତ୍ୱ ଏହି ଯୋଜନାର ସଫଳ କାର୍ଯ୍ୟକାରୀର ଦୟିତ୍ବ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସୋମବାର ସଚିବାଳୟରେ ଏକ ନୂଆ ଯୋଜନା ‘ପିଠା’(ପିପଲ୍ସ ଏମ୍ପାୱାରମେଣ୍ଟ-ଏନେବ୍ଲିଙ୍ଗ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ ଓଡ଼ିଶା ଇନିସିଏଟିଭ) ଘୋଷଣା କରିଥିଲେ । ସରକାରୀ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା, ସ୍ୱଚ୍ଛତା ଆଣିବା ଏବଂ ଲୋକଙ୍କୁ ସଶକ୍ତୀକରଣ କରିବା ଏହାର ଲକ୍ଷ୍ୟ। ସମସ୍ତ ହିତାଧିକାରୀ ‘ପିଠା’ ଯୋଜନାର ଫାଇଦା ଯେପରି ପାଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରଙ୍କ ଥ୍ରି ଟି ଯୋଜନା(ଟେକ୍ନେଲୋଜି, ସ୍ୱଚ୍ଛତା ଏବଂ ଟିମ ୱାର୍କ ମଡ଼େଲ) ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ।

Leave A Reply