ଶାମୁକାର ମୁକ୍ତା

0

ଆମେରିକାରେ ଦୀର୍ଘକାଳ ବ୍ୟାପୀ ରହିିଥିବା ଅତି ଅମାନବୀୟ ଦାସତ୍ବ ପ୍ରଥା ଓ ଗୃହଯୁଦ୍ଧର ଅବସାନ କରାଇଥିବା ଆବ୍ରାହମ ଲିଙ୍କନ ଆମେରିକାର ଚର୍ଚ୍ଚିତ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅନ୍ୟତମ। କ୍ଷୀଣକାୟ ଶରୀର ହେଲେ ମଧ୍ୟ ମନର ବଳ ଥିଲା ଅସୀମ। ଆବ୍ରାହମ ଲିଙ୍କନଙ୍କ ଜୀବନୀ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ନିଶ୍ଚୟ। ଦୃଢ଼ ମନୋବଳ, କର୍ତ୍ତବ୍ୟନିଷ୍ଠା ତଥା ଅଧ୍ୟବସାୟ ବଳରେ ସବୁକିିଛି ସମ୍ଭବ ହୋଇପାରେ- ଏହା ଲିଙ୍କନ ନିଜ ଜୀବନକାଳ ମଧ୍ୟରେ ପ୍ରମାଣିତ କରିଯାଇଛନ୍ତି, ବିଶ୍ବବାସୀଙ୍କ ସମ୍ମୁଖରେ ରଖିଯାଇଛନ୍ତି ଏହାର ବଳିଷ୍ଠ ଉଦାହରଣ।
ବାଲ୍ୟାବସ୍ଥା ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଅତିବାହିତ ହୋଇଥିଲା। ଦାରିଦ୍ର୍ୟସହ ଅହରହ ଯୁଝୁଥିବା ଲିଙ୍କନଙ୍କ ମାଆ କିନ୍ତୁ ଏଥିରେ ଭାଙ୍ଗି ପଡ଼ିନଥିଲା। ବରଂ ସଦାସର୍ବଦା ପୁଅର ମନୋବଳ ବଢ଼ାଇବାରେ ସହାୟକ ହେଉଥିଲେ। ଅଭାବୀ ପରିବାର​‌େ​‌ର ଜନ୍ମ ହୋଇ ପଢ଼ାଲେଖାର କୌଣସି ସୁଯୋଗ ପାଇ ନଥିଲେ ଲିଙ୍କନ। ମା’ ଥିଲେ ଗଭୀର ଅଧ୍ୟବସାୟୀ। ଅଭାବ ଅନଟନ ସହ ନିରନ୍ତର ସଂଘର୍ଷ ମଧ୍ୟରେ ବି ଲକ୍ଷ୍ୟ ହାସଲ କରିହୁଏ। ଦାରିଦ୍ର୍ୟ ଉପରକୁ ଉଠିବାକୁ ପ୍ରାଚୀର ସୃଷ୍ଟି କଲେ ମଧ୍ୟ ଏହା ଅଲଙ୍ଘନୀୟ ହୋଇନଥାଏ ଯଦି ମନୋବଳ ଦୃଢ଼ ଥାଏ- ଏହା ଲିଙ୍କନଙ୍କ ମାଆ ନିଜ ଜୀବନରେ ଦେଖାଇ ଦେଇଥିଲେ। ତାଙ୍କର ବଡ଼ ଇଚ୍ଛା ଥିଲା ଲିଙ୍କନ ପାଠପଢ଼ି ବଡ଼ ମଣିଷ ହେଉ। ଲିଙ୍କନ ଏହି ଲକ୍ଷ୍ୟକୁ ସାକାର କରିଥିଲେ ଓ ଆମେରିକାର ଶ୍ରେଷ୍ଠ ମଣିଷ ଭାବ​‌େ​ର ଶେଷରେ ଦିନେ ପରିଗଣିତ ହୋଇଥିଲେ।
ଚୁଲି ଲିଭିସାରିବା ପରେ ସେଥିରେ ଥିବା କୋଇଲାରେ ମାଆ ଲିଙ୍କନଙ୍କୁ ପ୍ରାଥମିକ ଅବସ୍ଥାରେ ଲେଖା ଶିଖାଇଥିଲେ। ପରବର୍ତ୍ତୀ ସମୟରେ ରାସ୍ତାର ଲ୍ୟାମ୍ପ ପୋଷ୍ଟରେ ପାଠ ପଢ଼ିଥିଲେ ଲିଙ୍କନ। ବହି କିଣିବାକୁ ପଇସା ନଥିଲା। ତେଣୁ ଧନୀ ସାଙ୍ଗମାନଙ୍କଠାରୁ ବହି ମାଗିଆଣି ତାହା ପଢ଼ୁଥିଲେ। ଯେଉଁ ବହି ଆଣୁଥିଲେ ନିଷ୍ଠାରସହ ତାହା ପାଠ କରୁଥିଲେ।
ଜର୍ଜ ୱାଶଂିଟନଙ୍କ ଜୀବନୀ ପୁସ୍ତକ ତାଙ୍କର ଜଣେ ପଡ଼ିଶାଙ୍କ ପାଖରେ ଅଛି ବୋଲି ଜାଣି ଲିଙ୍କନ ​‌େ​ସହି ବହିଟି ତାଙ୍କଠାରୁ ଆଣି ପଢ଼ିଥିଲେ। ଏହାକୁ ସେ ଅନେକ ବାର ପଢ଼ିଥିଲେ। ୱାଶଂିଟନଙ୍କ ଜୀବନୀ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଅଭାବସହ ସଂଗ୍ରାମ ଭିତରେ ସେ ଓକିଲାତି ପାଠ ସମ୍ପୂର୍ଣ୍ଣ କରିଥିଲେ। ଓକିଲାତି ପାଠ ସମ୍ପୂର୍ଣ୍ଣ ହେବାପରେ ସେ ସମୟରେ ଆମେରିକାରେ ବହୁଳଭାବରେ ପ୍ରଚଳିତ ଥିବା ଦାସତ୍ବ ପ୍ରଥାର ବିଲୋପ ପାଇଁ ସେ ଚିନ୍ତା କରିଥିଲେ। କାରଣ ନିଗ୍ରୋମାନଙ୍କ ପ୍ରତି ମାଲିକଙ୍କର ଅତି ଅମାନବୀୟ ଅତ୍ୟାଚାର ସେ ଆଖିରେ ଦେଖିଥିଲେ। ନିଗ୍ରୋମାନଙ୍କର ଅଧିକାର ସାବ୍ୟସ୍ତ ତଥା ଦାସତ୍ବପ୍ରଥା ଲୋପ ପାଇଁ ସେ ଯେ ନିରନ୍ତର ସଂଘର୍ଷ କରିଥିଲେ, ଶେଷରେ ଏହା ସଫଳ ହୋଇଥିଲା। ଲିଙ୍କନ ଆମେରିକାର ରାଷ୍ଟ୍ରପତି ହେବା ମୂଳରେ ଥିଲା ତାଙ୍କର ମାଆଙ୍କର ଆଶୀର୍ବାଦ। ମାଆଙ୍କ ଆଶୀର୍ବାଦ ସଦାସର୍ବଦା ତାଙ୍କ ସାଥୀରେ ଥିଲା- ଏହା ସେ ସ୍ବୀକାର କରିଥିଲେ। ସେହି ଆଶୀର୍ବାଦ ହିଁ ଆମେରିକାର ସର୍ବୋଚ୍ଚ ପଦରେ ତାଙ୍କୁ ଅଧିଷ୍ଠିତ କରାଇଥିଲା।

Leave A Reply