ସ୍ୱାସ୍ଥ୍ୟ ଉପଯୋଗୀ ବାଦାମ

0

ବାଦାମ ଶୀତ ଦିନରେ ଅଧିକ ଲୋକପ୍ରିୟ ହୋଇଥାଏ। ଏଥିରେ ସ୍ୱାସ୍ଥ୍ୟ ଉପଯୋଗୀ ସମସ୍ତ ଉପାଦାନ ରହିଥାଏ। ବାଦାମ ଖାଇବାକୁ ସାଧାରଣତଃ ମିଠା ଲାଗିିଥାଏ, କିନ୍ତୁ ବହୁତ କମ ଲୋକ ବାଦାମର ଉପକାରିତା ଜାଣିଛନ୍ତି। ଏହା ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଲାଭ ମିଳିଥାଏ।
ବାଦାମରେ ପର୍ଯ୍ୟାପ୍ତ ପରିମାଣରେ ଆଇରନ, କ୍ୟାଲସିୟମ, ଜିଙ୍କ ଓ ପ୍ରୋଟିନ ରହିଥାଏ। ଏହା ଶାରୀରିକ ବୃଦ୍ଧି ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଯେଉଁ ବ୍ୟକ୍ତି କ୍ଷୀର ନ ପିଉଥାନ୍ତି ସେ ବାଦାମ ଖାଇବା ଉଚିତ। ଏହାଦ୍ୱାରା ଶରୀରକୁ ଠିକ ଭାବେ ପ୍ରୋଟିନ ମିଳିଥାଏ। ବାଦାମରେ ଭିଟାମିନ ଇ ଓ ଭିଟାମିନ ବି ୬ ଭରପୂର ପରିମାଣରେ ରହିଥାଏ।
ବାଦାମରେ ଥିବା ପ୍ରୋଟିନ ଯୋଗୁଁ ପେଟ ସମସ୍ୟା ଦୂର ହୋଇଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ବାଦାମ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏହାସହ ପାଚନ କ୍ରିୟା ମଧ୍ୟ ଠିକ ଭାବେ ହୋଇଥାଏ।
ଗର୍ଭବତୀଙ୍କ ପାଇଁ ବାଦାମ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ସଠିକ ଭାବେ ହୋଇଥାଏ।
ଏହା ଖାଇବା ଦ୍ୱାରା ମୁହଁରେ ଚମକ ବଜାୟ ରହିଥାଏ।
ବାଦାମକୁ ନିୟମିତ ଭାବେ ଖାଇବା ଦ୍ୱାରା ରକ୍ତର ଅଭାବ କମ ହୋଇଥାଏ।
ବାଦାମରେ କ୍ୟାଲସିୟମ ଓ ଭିଟାମିନ ଡି ପର୍ଯ୍ୟାପ୍ତ ପରିମାଣରେ ରହିଥାଏ। ଏହାଦ୍ୱାରା ହାଡ ଶକ୍ତ ହୋଇଥାଏ।

Leave A Reply