ପିସିସି ସଭାପତିଙ୍କ ଝରିଗାଁ ଗସ୍ତ

0

ଝରିଗାଁ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅର୍ନ୍ତଗତ ଗୁରୁସିଙ୍ଗା ପଞ୍ଚାୟତର ମଇନାପଦର ଗ୍ରାମ ଶନିବାର ଗସ୍ତ କରିଛନ୍ତି। ଶନିବାର ଅପରାହ୍ନ ୧.୩୦ମିନିଟ ପିସିସି ସଭାପତି ଝରିଗାଁରେ ପହଁଞ୍ଚିବା ପରେ କଂଗ୍ରେସ କର୍ମକର୍ତ୍ତା ଏକ ବିଶାଳ ବାଇକ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ। ପରେ ଝରିଗାଁରେ ଆମ୍ବ ଟାକୁଆ ପିଠାଖାଇ ମୃତ୍ୟୁବରଣ କରିଥିବା ପରିବାରକୁ  ପିସିସି ସଭାପତି ଯାଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି, ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଥିଲେ। ଯଦି ଉଚିତ ସମୟରେ ଏଠାରେ ଆମ୍ବୁଲାସ ସେବା ମିଳିଥାନ୍ତା ହୁଏତ ୩ଜଣଙ୍କ ଜୀବନ ବଞ୍ଚିଯାଇଥାନ୍ତ ବୋଲି ପିସିସି ସଭାପତି କହିଥିଲେ। ରାଜ୍ୟ ସରକାର କେବଳ ପ୍ରଚାର ସର୍ବସ୍ୱ ହେଉଥିବା ବେଳେ ଲୋକମାନଙ୍କ ନିକଟରେ ମୌଳିକ ସୁବିଧା ମିଳିପାରୁନାହିଁ। ସେହିପରି ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି, ‘ଆମ ଗାଁ ଆମ ବିକାଶ’ ଭଳି ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି? ରାଜ୍ୟ ସରକାର ବିକାଶ ନାମରେ ବିନାଶ କରି ଦୁର୍ନୀତି କରୁଥିବା କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧୧ ଦିନ ପୂର୍ବରୁ ମଇନାପଦର ଗ୍ରାମର ଗୋଟିଏ ପରିବାରରେ ୩ଜଣ ସଦସ୍ୟ ଆମ୍ବ ଟାକୁଆ ପିଠା ଖାଇ ମୃତ୍ୟୁବରଣ କରିଥିଲେ।

Leave A Reply