ଏଣିକି କୁକୁର ପାଇଁ ଲାଇସେନ୍ସ, ବାହାରେ ମଳ ତ୍ୟାଗ କଲେ ଜୋରିମାନା ୫ ଶହ

0

ନୂଆଦିଲ୍ଲୀ: ଦୁଇ ଚକିଆ ଓ ଚାରି ଚକିଆ ଯାନର ଲାଇସେନ୍ସ ପାଇଁ ଆରଟିଓ କାର୍ଯ୍ୟାଳୟରେ ଚାଳକଙ୍କ ଲମ୍ବା ଧାଡି ଲାଗି ଥିବା ବେଳେ ଏଣିକି ଗୃହ ପାଳିତ ପଶୁ ପାଇଁ ମଧ୍ୟ ନଗରନିଗମ କାର୍ଯ୍ୟାଳୟରେ ଚକ୍କର ଲଗାଇବାକୁ ପଡିବ । ଗୃହ ପାଳିତ ପଶୁଙ୍କ ମଧ୍ୟରେ ସବୁଠାରୁ ବିଶ୍ବସ୍ତ ପ୍ରାଣୀ ହେଉଛି କୁକୁର । ଅନେକ ଲୋକେ କୁକୁର ରଖିବାକୁ ଅଧିକ ପସନ୍ଦ କରିଥାନ୍ତି । ପୂର୍ବରୁ ଲୋକେ ବିନା ଲାଇସେନ୍ସରେ ଘରେ ପୋଷା କୁକୁର ରଖୁଥିବା ବେଳେ ଏଣିକି ତାହା ହୋଇ ପାରିବେ ନାହିଁ । ଅର୍ଥାତ୍ ପୋଷା କୁକୁର ପାଇଁ ଲାଇସେନ୍ସ ନେବାକୁ ପଡିବ ।

ଦିଲ୍ଲୀ ସୀମାବର୍ତ୍ତୀ ଉତ୍ତରପ୍ରଦେଶର ଗାଜିୟାବାଦରେ ଏହି ନିୟମ ଲାଗୁ ହୋଇଛି । ସ୍ଥାନୀୟଲୋକେ ଘରେ ପୋଷା କୁକୁର ପାଳିବା ପାଇଁ ଲାଇସେନ୍ସ ନେବେ । ଏଥିପାଇଁ ସେମାନଙ୍କୁ ନଗର ନିଗମ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଜମା କରିବାକୁ ପଡିବ । କେବଳ ଏତିକି ନୁହେଁ, ଲାଇସେନ୍ସ ପାଇଲା ପରେ ଯଦି ପୋଷା କୁକୁର କୌଣସି ପାର୍କ ବା ସଡ଼କରେ ମଳ ତ୍ୟାଗ କରେ ତେବେ ସେଥିପାଇଁ ମାଲିକକୁ ୫ ଶହ ଟଙ୍କା ଜୋରିମାନା ଦେବାକୁ ହେବ ।

Leave A Reply