“ପନ-ଷ୍ଟାର’ ଧାରାବାହିକର “ଓଲ୍ଡ ମ୍ୟାନ’ଙ୍କ ଇଚ୍ଛାପତ୍ରରୁ ପୁଅ ବାଛନ୍ଦ

0

ନୂଆଦିଲ୍ଲୀ: ହିଷ୍ଟ୍ରି ଚ୍ୟାନେଲର ଲୋକପ୍ରିୟ ଧାରାବାହିକ “ପନ ଷ୍ଟାର’ ଧାରାବାହିକରେ ଚିତ୍ରଣ “ଓଲ୍ଡ ମ୍ୟାନ’ ରିଚାର୍ଡ ହ୍ୟାରିସନ୍‍ ତାଙ୍କ ମୃତ୍ୟୁ ପୂର୍ବରୁ ଇଚ୍ଛାପତ୍ରରୁ ତାଙ୍କ ପୁଅକୁ ବାଛନ୍ଦ କରିଛନ୍ତି। ହ୍ୟାରିସନ ଜୁନ ୨୫ରେ ୭୭ବର୍ଷ ବୟସରେ ମୃତ୍ୟୁ ପରେ ପରିବାରବର୍ଗଙ୍କୁ ଇଚ୍ଛାପତ୍ର ମିଳିଛି। ମୁଖ୍ୟତଃ ଇଚ୍ଛାପତ୍ରରେ ହ୍ୟାରିସନ ତାଙ୍କ ପତ୍ନୀଙ୍କ ନାମରେ ପ୍ରସ୍ତୁତ କରିଥିବାବେଳେ ସେଥିରେ ସେ ତାଙ୍କ ୩ସନ୍ତାନଙ୍କୁ କିଛିକିଛି ସମ୍ପତ୍ତି ପ୍ରଦାନ କରିଥିଲେ। ହ୍ୟାରିସନଙ୍କ ୩ସନ୍ତାନ ରିକ୍‍, କିଷ୍ଟୋଫିୟର ଓ ଜୋଶେଫଙ୍କ ମଧ୍ୟରୁ କିଷ୍ଟୋଫିୟରଙ୍କୁ ସମ୍ପତ୍ତିରୁ ବାଛନ୍ଦ କରାଯାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ ହ୍ୟାରିସନଙ୍କ ସମ୍ପତ୍ତି ତାଙ୍କ ଜୀବିତ ଅବସ୍ଥାରେ ୩ପୁଅଙ୍କ ମଧ୍ୟରେ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ରିକଙ୍କୁ ହ୍ୟାରିସନ ପନ ଷ୍ଟୋର ଦାୟିତ୍ୱ ପ୍ରଦାନ କରିଥିବାବେଳେ ବର୍ତ୍ତମାନ ଧାରାବାରିକରେ ରିକ ଓ ତାଙ୍କ ପୁଅ ଏହି ଦାୟିତ୍ୱ ତୁଲାଉଛନ୍ତି।

Leave A Reply