ପୂର୍ବତନ ପତ୍ନୀଙ୍କ ନିର୍ବନ୍ଧରେ ଶୁଭକାମନା ଦେଲେ ପବନ କଲ୍ୟାଣ

0

ନୂଆଦିଲ୍ଲୀ : ତେଲୁଗୁ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ପବନ କଲ୍ୟାଣଙ୍କ ପୂର୍ବତନ ପତ୍ନୀ ରେଣୁ ଦେଶାଇ କିଛିଦିନ ହେଲା ଚର୍ଚ୍ଚାରେ ଅଛନ୍ତି। ଏବେ ରେଣୁ ଦେଶାଇ ଜଣେ ବ୍ୟକ୍ତିଙ୍କ ସହ ନିର୍ବନ୍ଧ କରିଥିଲେ, ମାତ୍ର ସେ ତାଙ୍କର ଭାବି ସ୍ୱାମୀଙ୍କର ପରିଚୟ ଲୁଚାଇ ରଖିଥିଲେ। ରେଣୁ ନିଜ ନିର୍ବନ୍ଧରେ ଉଠାଇଥିବା ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି, ‘ଖୁବସୁରତ ସନ୍ଦେଶ କେଲିଏ ଶୁକ୍ରିୟା ମେରେ ସାରେ ଶୁଭଚିନ୍ତକୋ’ ବୋଲି ଲେଖିଛନ୍ତି। ଏହାପରେ ରେଣୁଙ୍କର ପୂର୍ବତ୍ତନ ସ୍ୱାମୀ ପବନ କଲ୍ୟାଣ ଟ୍ୱିଟ କରି ଲେଖିଛନ୍ତି ନୂଆ ଜୀବନ ଆରମ୍ଭ କରୁଥିବାରୁ ମୋ ହୃଦୟରୁ ମିସ ରେଣୁଙ୍କୁ ଅଭିନନ୍ଦନ ଜଣାଉଛି। ଭଗବାନଙ୍କ ପାଖରେ ପାର୍ଥନା କରୁଛି ସେ ତାଙ୍କ ଜୀବନରେ ବହୁତ ଭଲପାଇବା ଏବଂ ସମ୍ମାନ ପାଆନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ।
ଖବର ଅନୁସାରେ ପବନ କଲ୍ୟାଣ ଏବଂ ରେଣୁ ୨୦୦୯ ମସିହାରେ ବିବାହ କରିଥିଲେ। ମାତ୍ର ବିବାହର ତିନିବର୍ଷ ପରେ ୨୦୧୨ ମସିହାରେ ଦୁଇଜଣଙ୍କର ଛାଡପତ୍ର ହୋଇଥିଲା। ଉଭୟଙ୍କର ଦୁଇଟି ପିଲା ମଧ୍ୟ ଅଛି। ଏବେ ଛାଡପତ୍ରର ୬ବର୍ଷ ପରେ ରେଣୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।

 

Leave A Reply