ବସ ଧକ୍କାରେ ପାଞ୍ଚ ମଇଁଷି ମୃତ

0

ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ବୃନ୍ଦାବନନଗର ଗ୍ରାମ ନିକଟରେ ଗୁରୁବାର ସଂଧ୍ୟାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ବୀଣାପାଣି ନାମକ ଏକ ଘରୋଇ ବସ ଧକ୍କା ଦେବା ଫଳରେ ପାଞ୍ଚଟି ମଇଁଷିର ମୃତ୍ୟୁ ହୋଇଛି। ବୈଷ୍ଣବ କନିଆରୀ ନିଜର ମଇଁଷି ପଲକୁ ନେଇ ଗାଁକୁ ଯିବା ସମୟରେ ବସଟି ଧକ୍କା ଦେଇଥିଲା। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଘଟଣା ସ୍ଥଳରେ ଉତ୍ତେଜନା ପାଇଥିଲା। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଁଛି ଉତ୍ତେଜନାକୁ ରୋକିବା ସହ ବସ ଚାଳକକୁ ଥାନାରେ ଅଟକ ରଖିଛି।

Leave A Reply