ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

0

ଭଦ୍ରକ: ରୋଗୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଛି। ଚିକିତ୍ସା ଅବହେଳା ହେତୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ରୋଗୀଙ୍କ ସମ୍ପର୍କୀୟମାନେ ମଙ୍ଗଳବାର ସକାଳୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ କରିଛନ୍ତି।
ସୂଚନାଅନୁଯାୟୀ, ଧାମନଗର ବ୍ଲକ ଦହିପୁର ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ଝିଅ ଶୁଭସ୍ମିତା ମଲ୍ଲିକ(୧୪)ଙ୍କର ସୋମବାର ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କର ଅଧିକ ପେଟ ଯନ୍ତ୍ରଣା ହୋଇଥିଲା। ଏହିି ସମୟରେ ମେଡିକାଲରେ କେହି ଡାକ୍ତର ଉପସ୍ଥିତ ନ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବରେ ହୋଇଥିଲା। ବିଳମ୍ବରେ ଡାକ୍ତର ଆସି ଇଞ୍ଜେକସନ ଓ ସାଲାଇନ ଦେବା ପରେ ଶୁଭସ୍ମିତାଙ୍କ ନାକ ଓ ବାଟିରୁ ରକ୍ତ ବାହାରି ମୃତ୍ୟୁ ହୋଇଥିଲା।

Leave A Reply