ରୋଗୀ ମୃତ୍ୟୁକୁ ନେଇ ଉାତ୍ତଜନା ; ନର୍ସିଂହୋମରେ ଭଙ୍ଗାରୁଜା

0
କଟକ : ବଜ୍ରକବାଟି ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଉାତ୍ତଜନା ଦେଖିବାକୁ ମିଳିଛି। ମୃତକଙ୍କ ନିକଟ ସଂପର୍କୀୟମାନେ ନର୍ସିଂହୋମରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକେ ଏଭଳି କାଣ୍ଡ ଘଟାଇଛନ୍ତି।
ଜଣେ ମହିଳା ବିଷ ପିଇ ଦେବାରୁ ତାଙ୍କୁ ପରିବାର ଲୋକେ ଏହି ନର୍ସିଂହୋମକୁ ଆଣିଥିଲେ। ମାତ୍ର ସେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ମହିଳାଙ୍କ ପରିବାର ଓ ସମ୍ପର୍କୀୟ ହସ୍ପିଟାଲରେ ଭଙ୍ଗାରୁଜା କରିବା ସହ ମେଡିକାଲର ମୁଖ୍ୟ ଗେଟରେ ବାହାରପଟୁ ତାଲା ପକାଇ ଦେଇଥିବା ସୂଚନା ମିଳିଛି।
Leave A Reply