ରିଲିଜ୍‍ ହେଲା ‘ପତି ପତ୍ନୀ ଔର୍‍ ୱୋ’ର ଟ୍ରେଲର

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍‍, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପତି ପତ୍ନୀ ଔର୍‍ ୱୋ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲର ଖୁବ୍‍ ଭାଇରାଲ୍‍ ହୋଇଛି। ଏହା ଏକ ରୋମାଣ୍ଟିକ୍‍-କମେଡ଼ି ଭିତ୍ତିକ ଚଳଚ୍ଚିତ୍ର। ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ସଞ୍ଜୀବ କପୁର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍‍ଙ୍କ ଅଭିନୀତ ‘ପତି ପତ୍ନୀ ଔର୍‍ ୱୋ’ର ଏହା ହେଉଛି ରିମେକ୍‍।

ଟ୍ରେଲରକୁ ପ୍ରଶଂସା ତୁଳନାରେ ଅଧିକ ନକରାତ୍ମକ ପତିକ୍ରିୟା ମିଳିଛି। କିଛି ଲୋକ ଟ୍ରେଲରକୁ ପସନ୍ଦ କରିବା ସହ କାର୍ତ୍ତିକ ଓ ଅପାରଶକ୍ତି ଖୁରାନାଙ୍କ ଅଭିନୟର ପ୍ରଶଂସା କରିଛନ୍ତି। ଅନ୍ୟ ପକ୍ଷରେ କିଛି ଲୋକ ଟ୍ରେଲରର ସମାଲୋଚନା ମଧ୍ୟ କରିଛନ୍ତି। ସେମାନଙ୍କ କହିବାନୁସାରେ, ଟ୍ରେଲରରେ କିଛି ନୂଆ ନାହିଁ। ୯୦ ଦଶକ ଚଳଚ୍ଚିତ୍ରର କାହାଣୀକୁ ଅନୁକରଣ କରାଯାଇଛି, ଯେଉଁଥିରେ କି କିଛି ନୂତନତ୍ୱ ନାହିଁ। ଏପରିକି କିଛି ଲୋକ ଚଳଚ୍ଚିତ୍ର ଫ୍ଲପ୍‍ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମୁଦ୍ଦସର୍‍ ଅଜିଜ୍‍ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୬ ତାରିଖରେ ମୁକ୍ତିଲାଭ କରିବ।

Comments are closed.