ବର୍ଷାଜଳରେ ୬ଦିନ ହେଲା ଭାସୁଛି ପାଚିଲା ଧାନ ; ଗଜା ହେବା ଆଶଙ୍କାରେ ଚାଷୀ

0

ଆରଡି : ଘୂର୍ଣ୍ଣିଝଡ ପେଥାଇ ପ୍ରଭାବରେ ଲଗାଣ ବର୍ଷା ଓ ସାମୁଦ୍ରିକ ଜୁଆର ପାଣିରେ ଏବେ ମଧ୍ୟ
ଭଦ୍ରକ ଜିଲାର ଅଧିକାଂଶ କ୍ଷେତରେ ଭାସୁଛି ପାଚିଲା ଧାନ। ଜିଲାର ଚାନ୍ଦବାଲି ବ୍ଲକର ଜଳଦେଶ ଭାବେ ପରିଚିତ ଆରଡି ସମେତ ୬/୭ଟି ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଗତ ୬ଦିନ ହେଲା ପାଚିଲା ଧାନ ବୁଡି ରହିଥିବାରୁ ଗଜା ହେବାର ଆଶଙ୍କା ଦେଖା ଦେଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ବିଶେଷକରି ନଈକୂଳିଆ ଓ ଖାଲୁଆ ଚାଷଜମିରେ ଆଣଣ୍ଠୁଏ ଉଚ୍ଚରୁ ପାଣି ଲହଡି ମାରୁଥିବାରୁ ଧାନ ଅମଳରେ ବାଧା ସୃଷ୍ଟି ହୋଇଛି। ପାଚିଲା ଧାନ ଗଜା ହେବା ଆଗରୁ ଆରଡି, ନାନ୍ଦପୁର, ସୁନଦରପୁର, ଓଳଗ, ଭୂଇଁବୃତ୍ତି, ତେନ୍ତୁଲିଡିହ ଆଦି ପଞ୍ଚାୟତରେ
କେତେକ ଚାଷୀ ପାଣିରେ ପଶି ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି । ତାହାସହ ବହୁ ଚାଷୀ ଧାନ ଅମଳ କରି ନ ପାରି ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି । ଯାହାକିଛି ଖଳାକୁ ଅମଳ କରି ଆଣିଥିଲେ ମଣ୍ଡି ଖୋଲି ନଥିବାରୁ ସେତକ ଖଳାରେ ଖରାବର୍ଷା ଖାଇ ନଷ୍ଟ ହେବାକୁ ବସିଛି।

Leave A Reply