କୀଟନାଶକ ଖାଇ ଜଣେ ମୃତ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଗିରିଧାରୀ ନାଏକ(୪୫) ଗୁରୁବାର କୌଣସି କାରଣରୁ କୀଟନାଶକ ଖାଇ ପ୍ରାଣ ହରାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଘରଲୋକେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସା ଆରମ୍ଭରୁ ୫ ମିନିଟ ମଧ୍ୟରେ ଗିରିଧାରୀ ପ୍ରାଣ ହରାଇଥିଲେ। ଶେଷ ମୁହୂର୍ତ୍ତରେ ମେଡିକାଲକୁ ଅଣାଯାଇଥିବାରୁ ଗିରିଧାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Comments are closed.