ବାରହା ଧରିବା ପାଇଁ ବ୍ୟବହାର ବୋମା ଫାଟି ବାଳକ ଗୁରୁତର

ପାଟଣା :କେନ୍ଦୁଝର ଜିଲା ଘଟଗାଁ ନିକଟ ଧାଙ୍ଗଡଡିହା ଗ୍ରାମରରେ ବାରହା ଶୀକାର ପାଇଁ ମାଟିରେ ପୋତା ଯାଇଥିବା ବୋମା ଉପରେ ଗୋଡ ପଡିଯିବାରୁ  ଜଣେ ବାଳକ ଗୁରୁତର ହୋଇଛନ୍ତି । ବାଳକ ଜଣଙ୍କ ନାମ ମନୋଜ ପଣ୍ଡା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ମନୋଜ ଜଙ୍ଗଲରେ ଗାଈ ଚରାଉଥିବା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟନେଇ ଯାଉଥିବା ସମୟରେ ସେହି ରାସ୍ତାରେ ଜଙ୍ଗଲି ବାରହା ଶୀକାର ପାଇଁ ମାଟିରେ ହାଲକା ପୋତା ଯାଇଥିବା ବୋମା ଉପରେ ଗୋଡ ପଡିଯାଇଥିଲା। ଏହାପରେ ବୋମାଟି ଫାଟିବାରୁ ମନୋଜଙ୍କ ଗୋଡ କ୍ଷତିଗ୍ରସ୍ତ ହୋଇଛି। ଗୁରୁତର ମନୋଜକୁ  ଉଦ୍ଧାର କରାଯାଇ ପ୍ରଥମେ ଘଟଗାଁ ଓ ପରେ କେନ୍ଦୁଝର ମୁଖ୍ୟ ଚ଼ିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.