ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢ଼ାଉ; ୨୪୫ଲିଟର ମଦ ଜବତ, ୩ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ବୁଧବାର ପାଟଣା ଅବକାରୀ ବିଭାଗ , ପାଟଣା ପୁଲିସ ଓ ଘଟଗାଁ ଅବକାରୀ ବିଭାଗ ସହଯୋଗରେ ମିଳିତ ଭାବେ ଚଢ଼ାଉ କରାଯାଇ ଚୋରା ମହୁଲି ମଦ ଜବତ କରିବା ସହ  ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଭାଲିଆଡିହାର ହରିହର ବେହେରା, ଚୁନୁସାହିର ରାନୋ ମାଝୀ, ରାଧାପୁରର ଗୌରୀ ମାଝୀ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ , ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି, ଘଟଗାଁ ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ର , ପାଟଣା ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନା, ଥାନା ସବ୍ଇନ୍ସପେକ୍ଟର ବୈଲୋଚନ ସିଂହଙ୍କ ସହ  କେନ୍ଦୁଝର ଅବକାରୀ ଇନସପେକ୍ଟର ନିମାଇଁ ଚରଣ ସିଂହଙ୍କ ନେତୃତ୍ଵରେ ଅବକାରୀ ବିଭାଗ କର୍ମଚାରୀ ଓ ଏକ ପ୍ଲାଟୁନ ପୋଲିସ ସହ ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକର ଭାଲିଆଡିହା, ଚୁନୁସାହି ଓ ରାଧାପୁର ଗ୍ରାମରେ ଅବକାରୀ ଚଢ଼ାଉ କରିଥିଲେ ।

ଚଢାଉ ସମୟରେ ବହୁ ସ୍ଥାନରୁ ଚୋରା ମଦ ପ୍ରସ୍ତୁତକାରୀ ମାନେ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଅବକାରୀ ବିଭାଗ ୨୧ ଶହ କିଲୋ  ପୋଚ ନଷ୍ଟ କରାଯାଇଛି। ଏହା ସହ ୨୪୫ଲିଟର ମଦ  , ମଦ ରନ୍ଧା ସରଞ୍ଜାମ, ମଦ ରହୁଥିବା ପ୍ଲାଷ୍ଟିକ ଡୁମ ଓ ସାଇକେଲ ଆଦି ଜବତ କରାଯାଇଛି  । ଏହା ସହ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ୬ଟି ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି ।

Comments are closed.