ଅବକାରୀ ବିଭାଗର ଚଢାଉ – ୫୫ଲିଟର ମଦ ଜବଦ, ୪ଗିରଫ

ପାଟଣା : ଘଟଗାଁ ଅବକାରୀ ବିଭାଗ ପକ୍ଷରୁ ପାଟଣା ଅବକାରୀ ବିଭାଗ ସହଯୋଗରେ ଆଜି ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୫୫ଲିଟର ମହୁଲି ମଦ ଜବଦ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପିପିଳିଆର ଚରଣ ମୁଣ୍ଡା, ଦ୍ବାରିକାପଶିର ଅମୁଲ୍ଯ ମହାନ୍ତ , ପଣ୍ଡାପଡା ନିକଟ କୁମାରନାଳିର ଗୁରୁବାରୀ ମୁଣ୍ଡା ଓ ସୁଆକାଟୀର ପିତାମ୍ବର ସୋରେନ ବୋଲି ଜଣାପଡିଛି ।

ସୂଚନା ଅନୁଯୟୀ, ଘଟଗାଁ ଅବକାରୀ ସବଇନସ୍ପେକ୍ଟର ଜଗନ୍ନାଥ ମିଶ୍ରଙ୍କ ନେତୃତ୍ବରେ ବୁଧବାର ପୂର୍ବାହ୍ନରେ ଘଟଗାଁ ଓ ପଣ୍ଡାପଡା ଥାନା ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Comments are closed.