ଭେଜ ପାସ୍ତା

0

ଆବଶ୍ୟକ ସାମଗ୍ରୀ
ପାସ୍ତା – ୨୫୦ ଗ୍ରାମ
ତେଲ
ଲୁଣ- ଆବଶ୍ୟକୀୟ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
କଟା ପିଆଜ – ୧ ଟି
କଞ୍ଚା ଲଙ୍କା – ୨ଟି
ଗାଜର – ଅଳ୍ପ
ବିଟ – ଅଳ୍ପ
ବନ୍ଧା କୋବି – ଅଳ୍ପ
ଟମାଟୋ – ୧ ଟି
ଟମାଟୋ ସସ
ଆବଶ୍ୟକ ସାମଗ୍ରୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାଇ ପାଣି ଫୁଟାନ୍ତୁ। ଫୁଟିବା ପରେ ଏଥିରେ ଲୁଣ ପକାଇ ଫୁଟାନ୍ତୁ। ଏହାପରେ ଏଥିରେ ପାସ୍ତା ପକାଇ ୧୦ରୁ ୧୫ ମିନଟ ସିଝାଇ ଏକ ପାତ୍ରକୁ କାଢି ଆଣନ୍ତୁ। ସେଥିରେ ଥଣ୍ଡା ପାଣି ପକାଇ ପାସ୍ତାକୁ ଛାଣି ରଖନ୍ତୁ। ଏହାଦ୍ୱାରା ପାସ୍ତା ଅଧିକ ନରମ ହେବ ନାହିଁ । ଅନ୍ୟ ଏକ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଏବେ ଏଥିରେ ପିଆଜ, କଞ୍ଚା ଲଙ୍କା, କୋବି ପକାଇ ଭାଜନ୍ତୁ। ଏହା ଭାଜି ହେବା ପରେ ସେଥିରେ ଗାଜର, ବିଟ୍, ହଳଦୀ,ଲଙ୍କା ପକାଇ ଟମାଟୋ ପକାଇ ଭାଜନ୍ତୁ। ଏବେ ଏଥିରେ ଅଳ୍ପ ବଟର ପକାଇ ପାସ୍ତା ପକାନ୍ତୁ। ଏହାପରେ ସସ ପକାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜ ପାସ୍ତା।

Leave A Reply