ଅବହେଳିତ ଅବସ୍ଥାରେ ପାର୍ବତୀଗିରି ବୃଦ୍ଧାଶ୍ରମ

0

ବରଗଡ : ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି ଅଧିନସ୍ଥ ସମଲାଇପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦର ଗ୍ରାମର ବିଲେଇପାଲି ଠାରେ ଥିବା ପାର୍ବତୀଗିରି ବୃଦ୍ଧାଶ୍ରମ ପ୍ରଶାସନ ଠାରୁ ଅପହଞ୍ଚ ହୋଇ ରହିଛି। ସେଠାରେ ଥିବା ୧୪ଜଣ ଅନ୍ତେବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ମାତ୍ର ନଳକୂପ ଥିବାରୁ ଏବଂ ପ୍ରଚୁର ପରିମାଣରେ ପାଣି ନଥିବାରୁ ଘଣ୍ଟାଏ-ଅଧଘଣ୍ଟାରେ ପାଣି ବଦଳରେ ମଇଲା କାଦୁଅ ପାଣି ବାହାରୁଛି। ଏଥିସହିତ ଆଶ୍ରମକୁ ବିଦ୍ୟୁତ୍‍ ଯୋଗାଣ ପାଇଁ ବିଦ୍ୟୁତ ଖୁଣ୍ଟ ପଡିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Leave A Reply