ବରଗଡରେ ପାର୍ସଲ ବୋମା ବିସ୍ପୋରଣ ; ଜଣେ ଗୁରୁତର

0

ବଲାଙ୍ଗିର : ବଲାଙ୍ଗିର ପାର୍ସଲ ବୋମା ବିସ୍ପୋରଣ ଘଟଣା ସମସ୍ତ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଏହାର ଅନୁରୂପ ଆଜି ବରଗଡରେ ଦେଖାଯାଇଛି। ବରଗଡ ଜିଲା ଅତାବିରା ବ୍ଲକ ଭାଲୁପତ୍ରାରେ ଘଟିଛି ଏଭଳି ଲୋମହର୍ଷଣ କାରୀ ଘଟଣା। ଏହି ଘଟଣାରେ ଟି. ନାଗଭୂଷଣ ନାମକ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି।
ନାଗଭୂଷଣଙ୍କୁ ପ୍ରଥମେ ଅତାବିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଛି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ ନାଗଭୂଷଣଙ୍କ ଘରର ପାଚେରୀ ନିକଟରେ ଏକ ମାଟିଆ ରଙ୍ଗର ପାର୍ସଲ ପଡିଥିଲା। ଏହାକୁ ଦେଖିବାପାଇଁ ନାଗଭୂଷଣ ପାର୍ସଲକୁ ଖୋଲିଥିଲେ। ଏହାପରେ ପାର୍ସଲ ବୋମାଟି ଫୁଟି ନାଗଭୂଷଣ ଗୁରୁତର ଆହତ ହୋଇଛନ୍ତି।

Leave A Reply