ନଭେମ୍ବର ୧୮ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ

ସମାଜ ପୋର୍ଟାଲ ଡେସ୍କ: ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବା ଅପାତତଃ ସ୍ଥିର ହୋଇଛି। ଏହା ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିର ବୁଧବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ କୌଣସି ଘୋଷଣା କରାଯାଇନଥିଲେ ମଧ୍ୟ ବୈଠକରେ ମିଳିଥିବା ସୂଚନା ମୁତାବକ ଅଭେମ୍ବର ୧୮ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଅଧିବେଶନର କେଉଁ ଦିନ କଣ କାର୍ଯ୍ୟ ରହିବ, ତାହା ପରବର୍ତ୍ତୀ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ସ୍ଥିର କରାଯିବ। ସୂଚନା ଯୋଗ୍ୟ, ୨୦୧୮ର ଶୀତକାଳୀନ ଅଧିବେଶନ ଡିସେମ୍ବର ୧୧ରୁ ୨୦୧୯ ଜାନୁଆରୀ ୮ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ତାହା ପୂର୍ଣ୍ଣକାଳୀନ ଅଧିବେଶନ ଥିଲା।

Comments are closed.