ଜାଲୀୱାବାଲା ବାଗ ରାଷ୍ଟ୍ରୀୟ ସ୍ମାରକ ସଂଶୋଧନ ବିଲକୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ: ଜାଲୀୱାବାଲା ବାଗ ରାଷ୍ଟ୍ରୀୟ ସ୍ମାରକ ସଂଶୋଧନ ବିଲ ୨୦୨୯କୁ ମଙ୍ଗଳବାର ସଂସଦ ମଞ୍ଜୁରୀ ପ୍ରଦାନ କରିଛି ଆଜି ରାଜ୍ୟସଭାରେ ଏହି ସଂଶୋଧନ ବିଧେୟକଙ୍କୁ ମଞ୍ଜୁରୀ ମିଳିଥିବା ବେଳେ ଲୋକସଭାରେ ପୂର୍ବ ଅଧିବେଶନରେ ଏହାକୁ ମଞ୍ଜୁରୀ ମିଳିସାରିଛି। ବିଧେୟକରେ ଜାଲୀୱାବାଲା ବାଗ ରାଷ୍ଟ୍ରୀୟ ସ୍ମାରକ ବିଲ ୧୯୫୧ରେ ସଂଶୋଧନ ପ୍ରସ୍ତାବ ରହିଛି। ଏଥିରେ କଂଗ୍ରେସସ ଅଧ୍ୟକ୍ଷଙ୍କୁ ଟ୍ରଷ୍ଟି ପଦରୁ ହଟାଇବା ବ୍ୟବସ୍ତା ମଧ୍ୟ ରହିଛି। ଲୋକସଭାରେ ବିରୋଧୀ ଦଳର ନେତା କିମ୍ବା ଏକକ ସଂଖ୍ୟାଗରିଷ୍ଠ ବିରୋଧୀ ଦଳର ନେତାଙ୍କୁ ଟ୍ରଷ୍ଟି ରଖିବା ବ୍ୟବସ୍ଥାକୁ ଅପସାରଣ କରାଯାଇଛି।

ଏହି ସଂଶୋଧନ ବିଲରେ କୌଣସି କାରଣ ନ ଦର୍ଶାଇ ମନୋନୀତ ଟ୍ରଷ୍ଟିଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅପସାରଣ କରିବା କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ଏହି ବିଧେୟକ ଉପରେ ଆଲୋଚନା କରି ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି, ଏଥିରେ କୌଣସି ରାଜନୀତି ନାହିଁ। କଂଗ୍ରେସ ସଦସ୍ୟମାନେ କାହିଁକି ସେମାନଙ୍କ ଦଳ ଅଧ୍ୟକ୍ଷଙ୍କୁ ଟ୍ରଷ୍ଟି ପଦରୁ ହଟାଯିବା ପ୍ରସଙ୍ଗକୁ ନେଇ ଅଭିଯୋଗ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ପଟେଲ କହିଛନ୍ତି, ସେହି ପଦବୀରେ ଏବେ ଠାରୁ ଜନତାଙ୍କ ଦ୍ୱାରା ବଛା ଯାଇଥିବା ନେତା ହିଁ ସ୍ଥାନ ପାଇବେ। ମନ୍ତ୍ରୀ କହିଛନ୍ତି ଆଗାମୀ ପିଢ଼ି ଯେଭଳି ଏହି ସ୍ମାରକୀକୁ ମନେ ରଖି ପାରିବେ, ସରକାର ସେହି ସ୍ମାରକୀର ସେଭଳି ବିକାଶ କରିବେ।

Comments are closed.