ତର୍କରେ ଭାଗ ନେଇନାହାନ୍ତି ୩୦% ସାଂସଦ

0

ଚେନ୍ନାଇ: ଷୋଡ଼ଶ ଲୋକସଭାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ମଧ୍ୟରୁ ୩୦% ସଂସଦଙ୍କର ପ୍ରଦର୍ଶନ ଦୁର୍ବଳ ରହିଛି। ସେମାନଙ୍କ ମଧ୍ୟରୁ ୨୫ ଜଣ ଆଦୌ କୌଣସି ତର୍କରେ ଭାଗ ନେଇ ନାହାନ୍ତି କି କୌଣସି ପ୍ରଶ୍ନ ପଚାରି ନାହାନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଉ ମାତ୍ର ଦୁଇଟି ଅଧିବେଶନ ବାକି ଥିବା ବେଳେ ସାଂସଦମାନଙ୍କର ଏଭଳି ଆଚରଣ ଭୋଟକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।
ଲୋକସଭା ୱେବ୍‍ସାଇଟ୍‍ ଓ ପିଆରଏସ୍‍ ଲେଜିସଲେଟିଭ୍‍ ରିସର୍ଚ୍ଚର ତଥ୍ୟକୁ ଉଦ୍ଧାର କରି ଟାଇମ୍ସ ଅଫ୍‍ ଇଣ୍ଡିଆ ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ଆଦୌ ପ୍ରଶ୍ନ ପଚାରି ନଥିବା ସାଂସଦଙ୍କ ଉପସ୍ଥାନ ହାର ରହିଛି ୭୩%। ବରିଷ୍ଠ ବିଜେପି ନେତା ଲାଲ୍‍ କୃଷ୍ଣ ଆଡ୍‍ଭାନୀ, ମୁରଲୀ ମୋହନ ଯୋଶୀ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ୍‍ ଗାନ୍ଧି ପ୍ରମୁଖ ଆଗଧାଡ଼ିର ନେତା କମ୍‍ ସଂଖ୍ୟକ ତର୍କରେ ଅଂଶଗ୍ରହଣ କରିଛନ୍ତି। ହେମା ମାଳିନୀ ୧୭ଟି ତର୍କରେ ଭାଗ ନେଇଥିବା ବେଳେ ୨୦୯ଟି ପ୍ରଶ୍ନ କରିଛନ୍ତି। ମାତ୍ର ତାଙ୍କର ଉପସ୍ଥାନ ହାର ରହିଛି ୪୦%।

Leave A Reply