ଘରେ ପାର୍କିଂ ସ୍ଥାନ ନ ଥିଲେ କିଣିପାରିବେନି ଗାଡ଼ି

0

ବେଙ୍ଗାଲୁରୁ: ଘରେ ପାର୍କିଂ ପାଇଁ ସୁବିଧା ନଥିଲେ ଗାଡ଼ି ପଞ୍ଜିକରଣ ପାଇଁ ଅନୁମତି ମିଳିବ ନାହିଁ। ନୂଆ ଗାଡ଼ି କିମ୍ବା ଡିଜେଲ୍‍ ଗାଡ଼ି ପଞ୍ଜିକରଣ ବେଳେ ବାସଗୃହରେ ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଥିବା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ବେଙ୍ଗାଲୁରୁରରେ ଏଭଳି ନିୟମ ଲାଗୁ ହେବାକୁ ଯାଉଛି। ୨୦୧୯ରୁ ଏହି କଟକଣାକୁ କଡ଼ାକଡ଼ି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତା’ ପୂର୍ବରୁ ବର୍ଷେ ପର୍ଯ୍ୟନ୍ତ ଏ ସମ୍ପର୍କରେ ଜନସଚେତନତା ଅଭିଯାନ ଆରମ୍ଭ ହେବ। କର୍ଣ୍ଣାଟକ ପର୍ଯ୍ୟଟନ ମନ୍ତ୍ରୀ ଡି ସି ଥମ୍ମନ୍ନାଙ୍କ କହିବା ଅନୁଯାୟୀ ଗୋଟିଏ ପରିବାର ପାଖରେ ଏକାଧିକ ଗାଡ଼ି ରହିଛି। ଘରେ ପାର୍କିଂ ସ୍ଥାନ ନଥିବାରୁ ସେମାନେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ଏହାଦ୍ୱାରା ସହରରେ ଟ୍ରାଫିକ୍‍ ସମସ୍ୟା କ୍ରମଶଃ ଉତ୍କଟ ହେଉଛି। ତେଣୁ ‘ନୋ ପାର୍କିଂ ପ୍ଲେସ୍‍ ନୋ ରେଜିଷ୍ଟ୍ରେସନ୍‍’ ନିୟମ କଡ଼ାକଡ଼ି କରାଯିବ।

Leave A Reply