ତୁମୁଡିବନ୍ଧ ବ୍ଲକରେ ପର୍ଯ୍ୟଟନ ପର୍ବ-୨୦୧୯ ଅନୁଷ୍ଠିତ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ତରଫରୁ ପର୍ଯ୍ୟଟନ ପର୍ବ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ତୁମୁଡିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନ ପର୍ବ ପାଳନର ମହତ୍ୱ ସମ୍ପର୍କରେ କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଏ.ବି.ଇ.ଓ ରବିନାରାୟଣ ମିଶ୍ର, ପ୍ରଧାନ ଶିକ୍ଷକ ପବିତ୍ର ମୋହନ ମହାନ୍ତି, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁବଳ ସାହୁ ଯୋଗ ଦେଇଥିଲେ।

ଉତ୍ସବରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ‘କନ୍ଧମାଳ ଜିଲ୍ଲା ର ପର୍ୟ୍ୟଟନ ସ୍ଥଳୀ ଓ ଏହାର ଗୁରୁତ୍ୱ‘ ବିଷୟରେ ପ୍ରବନ୍ଧ ଲେଖିଥିଲେ। ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ଼. ବନିତା ପଟ୍ଟନାୟକ ଓ ଅର୍ଥନୀତି ଅଧ୍ୟାପିକା ପଦ୍ମାବତୀ ସାହୁ ବିଚାରକ ଦାୟିତ୍ୱ ତୁଲାଇଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ କ୍ଷୀରୋଦ ପରାସେଟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲାଇଟଷ୍ଟୋନ ନାୟକ ଦ୍ୱିତୀୟ ଓ ପି. ପୀୟଷୁ ପ୍ରଜ୍ଞା ତୃତୀୟ ସ୍ଥାନ ଅଧିକାର କରି ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। କୃତି ପ୍ରତିଯୋଗିମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି।

Comments are closed.