ପ୍ୟାରିସ୍‌ ହିଂସା , ୧୭୦୦ ବିକ୍ଷୋଭକାରୀ ଗିରଫ

0

ପ୍ୟାରିସ୍‌ . – ଫ୍ରାନ୍ସରେ  ପେଟ୍ରୋଲିୟମ ତୈଳ ବୃଦ୍ଧିର ପ୍ରତିବାଦରେ ଏହାର ରାଜଧାନୀ ପ୍ୟାରିସ୍‌ରେ ଉଗ୍ର ବିକ୍ଷୋଭ ପ୍ରଦର୍ଶନ  ହେଉଛି । ହଳଦିଆ  ପୋଷାକ ପିନ୍ଧି ଲୋକମାନେ ବର୍ଦ୍ଧିତ ତୈଳଦରକୁ ବିରୋଧ କରୁଛନ୍ତି । ତୈଳଦର ବୃଦ୍ଧି ପରେ ଦେଶରେ ବିଭିନ୍ନ ଜିନିଷର ଦର ବୃଦ୍ଧି ହୋଇଥିବା ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନରେ ୧ ଲକ୍ଷ୩୮ ହଜାରରୁ ଅଧିକ  ଲୋକ ଅଂଶ ଗ୍ରହଣ କରିଥିଲେ  । ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ଯାନ ବାହନ ପୋଡାଜଳା କରିବା ସହ ଭଙ୍ଗା ରୁଜା କରିଥିଲେ ।

ଫ୍ରାନ୍ସରେ ପୁଲିସ ୧୭ଶହରୁ ଇଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି । ବିକ୍ଷୋଭକାରୀଙ୍କ ହଟାଇବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ଓ ପାଣିର ତୋପ ମାଡ କରାଯ।ଇଥିଲା ।  ବିକ୍ଷୋଭକାରୀଙ୍କ ପାଇଁ ୮୯ହଜାର ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା ।

Leave A Reply