ପ୍ୟାରିସରେ ଥିବା ଏକ ବେକରୀରେ ଭୟଙ୍କର ବିସ୍ଫୋରଣ,  ଅନେକ ଗୁରୁତର

0

ପ୍ୟାରିସ..- ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବିସ୍ଫୋରଣ ଘଟି ଅନେକ ଲୋକ ଆହତ ହୋଇଛନ୍ତି । ପ୍ୟାରିସରେ ମଧ୍ୟ ଭାଗରେ ଥିବା ଏକ ବେକରୀରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏତେ ଶକ୍ତି ଶାଳୀ ଥିଲା ଯେ ପାଖ ଆଖରେ ଥିବା ଘରମାନଙ୍କର କବାଟ ଓ ଝରକାରେ ଲାଗିଥିବା କାଚ  ଫାଟି ଖସି ପଡିଥିଲା । ପ୍ୟାରିସର ଏହି ଅଞ୍ଚଳରେ ଅନେକ ଲୋକ ବସ ବାସ କରୁଥିବା ସହ ବ୍ୟବସାୟୀକ ପ୍ରତିଷ୍ଠାନ  ରହିଛି । ଏହି ବିସ୍ଫୋରଣ ପରେ ସେଠାରେ  ନିଆଁ ଲାଗିଯାଇଥିଲା ।

ଏହି ବିସ୍ଫୋରଣ ପରେ ସେହି ସ୍ଥାନରେ ଅନେକ ଜିନିଷ ଛିନ୍ନ ବିଛିନ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ବିସ୍ଫୋରଣ ସ୍ଥଳରେ ଥିବା ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲାଗିଥିବା ଘରୁ ଅନେକ ଲୋକଙ୍କୁ ଅଗ୍ନିଶମ ବାହିନୀର ସଦସ୍ୟମାନେ ସୁରକ୍ଷିତ ଭାବେ ବାହାରକୁ କାଢିଛନ୍ତି । ଏଥିରେ ଗୁରୁତର ହୋଇଥିବା ସମସ୍ତ ଲୋକଙ୍କୁ  ଚିକିତ୍ସା କରାଯାଉଛି । ତେବେ  ଖବର ଲେଖା ହେବା ପର୍ଯ୍ୟନ୍ତ ଏଥିରେ କେହି ଆହତ ହୋଇ ନ ଥିବା ଜଣା ପଡିଛି ।

Leave A Reply