ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

0

ବାହାନଗା: ରାଜ୍ୟରେ ଶିଶୁ ଓ ନାବାଳିକାଙ୍କୁ ଯୈାନ ନିର୍ଯ୍ୟାତନା ଦିନକୁ ଦିନ ବଢି ଚାଲିଛି । ତାହାକୁ ବନ୍ଦ କରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରୀରଥ ବୁଲି ଶିଶୁମାନଙ୍କୁ ନିର୍ଯ୍ୟାତନା ବନ୍ଦ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଅନ୍ୟପକ୍ଷରେ ଖନ୍ତାପଡ଼ା ଥାନା ଅଞ୍ଚଳରେ ପରୀ ରଥ ବୁଲିବାର ୭୨ ଘଣ୍ଟା ମଧ୍ୟରେ ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତରେ ଏକ ଦୁଷ୍କର୍ମ ଅଭିଯୋଗରେ ଖନ୍ତାପଡ଼ା ପୁଲିସ ପୋକସୋ ଆଇନ ବଳରେ ମୁଖ୍ୟ ଅଭିଯୁକ୍ତ ଯୁବକକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଉକି ଜନୈକ ଏକ ନାବାଳିକା ଟ୍ୟୁସନ କୁ ଯାଉଥିବାବେଳେ କସବାଜୟପୁର ପଞ୍ଚାୟତର  ୩ଜଣ ଯୁବକ ମିଳିତ ଭାବେ ଏକ ମନ୍ଦିର ନିକଟରେ ବାଜିମରା ହୋଇ ଜଟିଆ ଚୈାଧୁରୀ ର ପୁଅ ଉମାଶଙ୍କର( ଦିପୁ-୨୭) ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିବାର ପୁଲିସରେ ଅଭିଯୋଗ ହୋଇଛି ।  ଏନେଇ ଖନ୍ତାପଡ଼ା ପୁଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଯୁବକ ଦିପୁକୁ ଗିରଫ କରି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରି ତଦନ୍ତ ଜାରୀ ରଖିଛି । ଅନ୍ୟପକ୍ଷରେ ମହିଳା ଇନିସ୍ପେକ୍ଟର ଓ କୋର୍ଟର ନ୍ୟାୟାଧୀଶଙ୍କ ନିକଟରେ  ଘଟଣା ବାବଦରେ ତଥ୍ୟ ସଂଗ୍ରହ ପରେ ନାବାଳିକାକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଥିବାବେଳେ ପରୀ ରଥ ପରିକ୍ରମାର ପ୍ରଭାବ ଶୂନ ବୋଲି କହିବା ସହ ଏ ବାବଦରେ ଆଶୁପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଅଞ୍ଚଳର ବରିଷ୍ଠ ନାଗରିକମାନେ ମତ  ରଖିଛନ୍ତି ।

Leave A Reply