ପାର୍ସଲ ବୋମା ବିସ୍ପାରଣ ଘଟଣା:ଧମକ ପୂର୍ଣ୍ଣ ଫୋନକଲ ଆସିଥିବା କଥା ଅଭିଯୋଗ କଲେ ମୃତ ସୌମ୍ୟଙ୍କ ବାପା

0

ବଲାଙ୍ଗୀର:  ବିବାହରେ ଉପହାରରେ ମିଳିଥିବା ପାର୍ସଲ ବୋମା ବିସ୍ପୋରଣ ହେବାରୁ ପାଟଣାଗଡରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର  ହୋଇଥିଲେ । ବୋମା ବିସ୍ପୋରଣରେ ନବ ବିବାହିତ ସୌମ୍ୟ ଓ ତାଙ୍କ  ଜେଜେ ମାଆଙ୍କର ମୃତ୍ୟୁ ହୋଇଥିଲା ।   ଏଥିର ଆହତ ହୋଇଥିବା ନବ ବଧୂ ରୀମା ଏବେ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପାର୍ସଲଟି ରାୟପୁରରୁ ଆସିଥିବା ତଦନ୍ତ ବେଳେ ଜଣାପଡିଥିଲା । ପୁଲିସ ଏ ବିଷୟରେ ତଦନ୍ତ କରୁଛି । ଏହି ଘଟଣାରେ ସୁରାକ ମିଳିଥିବା କଥା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ ସୌମ୍ୟଙ୍କ ବାପା ବାହାଘର ପୂର୍ବରୁ ଏକ ଫୋନ୍‌ କଲ ଆସିଥିବା କଥା କହିଛନ୍ତି ।  ନିର୍ବନ୍ଧ ପୂର୍ବରୁ   ରୀମାଙ୍କୁ ବାହା ହେଲେ  ଭୟଙ୍କର ହେବ ବୋଲି ଉପକୂଳିଆ ଓଡିଆରେ କେହି ଧମକ ଦେଇଥିବା କଥା ତାଙ୍କ ପିତା  ଅଭିଯୋଗ କରିଛନ୍ତି । ଏ ବିଷୟରେ ସେ ତାଙ୍କ ସମ୍ପର୍କୀୟ ଭାଇ ପପୁଙ୍କୁ କହିଥିଲେ ବୋଲି ସୌମ୍ୟଙ୍କ ବାପା କହିଛନ୍ତି ।

Leave A Reply