ବଜ୍ରପାତରେ ୩ ମୃତ, ୩ ଆହତ

0

ପାରଳାଖେମୁଣ୍ଡି : ଗଜପତି ଜିଲା ପାରଳାଖେମୁଣ୍ଡିରେ ରବିବାର କାଳ ବୈଶାଖୀ ଓ ବଜ୍ରପାତରେ ୩ ଜଣ ପ୍ରାଣ ହରାଇଛନ୍ତି ଓ  ୩ ଜଣ ଆହତ ହଇଛନ୍ତି । ଗଜପତି ଜିଲା ସୀମାକୁ ଲାଗି ଥିବା ଆନ୍ଧ୍ରପ୍ରଦେଶ ମଲିଆପୁଟି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ବସ ଷ୍ଟପ୍ ଯାତ୍ରୀ ବିଶ୍ରାମଗାରଠାରେ ବର୍ଷା ପବନ ହେଉଥିବାରୁ କିଛି ଲୋକ ଆଶ୍ରୟ ନେଉଥିଲେ । ବିଶ୍ରାମଗାର ପାର୍ଶ୍ୱରେ ବଜ୍ରଘାତ ହେବାରୁ ￰ଗ୍ରାମର ୨ଜଣଙ୍କର ମୃତ୍ୟୁ ଘଟିଥିଲା ଓ  ୪ ଜଣ ଆହତ ହୋଇଥିଲେ । ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖନାରେ ଭର୍ତ୍ତି କରାଯାଇଛି । ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ପୋଲରୁ ଗ୍ରାମରେ ବଜ୍ରପାତରେ ସେହି ଗ୍ରାମର ଜି.ଆନନ୍ଦ ରାଓ (୪୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଶାଣୀ ବ୍ଲକ ଜଙ୍ଗଲପଡୁ ଗ୍ରାମର ଜି.ଲାକ୍ସମାନ ରାଓ (୨୫) ଗୁରୁତର ଆହତ ହୋଇଛନ୍ତି ।

Leave A Reply