ନିର୍ବାଚନୀ ହିଂସା; ଯୁବକଙ୍କୁ ହତ୍ୟା ଅଭିଯୋଗ

ପାରାଦୀପ : ଜଗତସିଂହପୁର ଜିଲା ଅନ୍ତର୍ଗତ ବଡକୁଜଙ୍ଗ ପଞ୍ଚାୟତ ନୋଳିଆ ସାହିରେ ନିର୍ବାଚନୀ ହିଂସା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସୋମବାର ଲଛମନ ବେହେରା ଭୋଟଦେଇ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତମାନେ ତାଙ୍କୁ ବୋତଲରେ ଭୁଷି ହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଲଛମନ କିଛିଦିନ ପୂର୍ବରୁ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ତେଣୁ ଏହି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।

Comments are closed.