ଜାପାନ ପାରା ବ୍ୟାଡ଼ମିଣ୍ଟନ : ସିଙ୍ଗଲ୍‌ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ବର : ଜାପାନର ଟୋକିଓସ୍ଥିତ ପାରା ଅଲିମ୍ପିକ୍‌ସ ଗେମ୍ସ-୨୦୨୦ ଷ୍ଟାଡ଼ିୟମରେ ଚାଲିଥିବା ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ର ଫାଇନାଲରେ ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଶନିବାର ପ୍ରମୋଦ କ୍ବାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍‌ ଖେଳିଥିଲେ। କ୍ବାର୍ଟର ଫାଇନାଲ ମ୍ୟାଚରେ ପ୍ରମୋଦ ୨୧-୧୭, ୨୧-୧୭ରେ ନିଜ ଦେଶର ବିକ୍ରମ କୁମାରଙ୍କୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ସେମିଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ମାମନ୍‌ ନୂରଜାମନ୍‌ଙ୍କୁ ୨୧-୭ ଓ ୨୧-୧୭ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରବିବାର ପ୍ରମୋଦ ଫାଇନାଲରେ ଇଂଲଣ୍ଡର ଡାନିଏଲ ବିଥୋଲିଙ୍କୁ ଭେଟିବେ।

Comments are closed.