ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପପୁ

0

କଟକ:ଦୀର୍ଘ ଦୁଇ ମାସ ଧରି ଏମ୍ସରେ ଚିକିତ୍ସାଧୀନ ଥିବା ଓଡ଼ିଆ ହାସ୍ୟାଭିନେତା ପପୁ ପମ୍‍ପମ୍‍ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲପାଇବା ହିଁ ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିଛି ବୋଲି ପପୁ ମତବ୍ୟକ୍ତ କରିଛନ୍ତି। ଅଗ୍ନାଶୟ ବା ପାନ୍‍କ୍ରିୟାସ୍‍ ଯନ୍ତ୍ରଣା ଯୋଗୁଁ ପପୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ଆଇସିୟୁରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତର କହିଥିବା ପପୁଙ୍କ ସମ୍ପର୍କୀୟଙ୍କ ଠାରୁ ସୂଚନା ମିଳିଛି। ପୂର୍ବରୁ ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା। ଏଭଳି ଗୁଜବରେ ବିଶ୍ୱାସ ନ କରିବାକୁ ତାଙ୍କ ପତ୍ନୀ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ।

Leave A Reply