ବିଲ୍ଟ ପେପର ମିଲ ଫାଟକ ଖୋଲିବା ନେଇ ଡିଜିଏମଙ୍କ କାର୍ଯ୍ୟାଳୟ ଘେରାଉ

0

ଜୟପୁର: ଜୟପୁର ବିଲ୍ଟ ପେପର ମିଲ ଫାଟକ ଖୋଲିବା ପାଇଁ କର୍ମଚାରମାନେ ଡିଜିଏମ କାର୍ୟ୍ୟାଳୟ ଘେରାଉ କରିଛନ୍ତି। ପେପର ମିଲଟି ପ୍ରାୟ ୩ମାସ ହେବ ବନ୍ଦ ରହିଥିଲା। ଶୁକ୍ରବାର ଦିନ ପେପର ମିଲର ଫାଟକ ଖୋଲିବା ନେଇ କର୍ମଚାରମାନେ ଏକତ୍ରିତ ହୋଇଥିଲେ। ଏହାପରେ ସେମାନେ ଡିଜିଏମ୍‌ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ମିଲ୍‌ କେବେ ଖୋଲିବ ଓ ସ୍ଥିତି କଣ ରହଛି ସେ ସମ୍ପର୍କରେ ମିଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଶ୍ରମିକମାନେ ଡିଜିଏମଙ୍କ ନିକଟରେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସମାଧାନର ସୂତ୍ର ବାହାରି ପାରି ନଥିବାରୁ ଶ୍ରମିକମାନେ ଆନ୍ଦୋଳନରେ ବସିଛନ୍ତି।

Leave A Reply