ପାଚିଲା ଅମୃତଭଣ୍ଡାରୁ ପଆନ୍ତୁ ସୁନ୍ଦର ଓ ଚମକ ତ୍ଵଚା

0

ଅମୃତଭଣ୍ଡା ଖାଇବାକୁ ଅମୃତ ପରି ଲାଗେ ଏବଂ ଶରୀରରେ ମଧ୍ୟ ଅମୃତ ପରି କାର୍ଯ୍ୟ କରେ । ପାଚିଲା ଅମୃତଭଣ୍ଡାକୁ ବ୍ୟବହାର କରି ଆମେ ନିଜେ ତ୍ଵଚାକୁ ସୁନ୍ଦର କରିପାରିବା । ଅମୃତଭଣ୍ଡାର ଚୋପାରେ ଏକ ପ୍ରକାର ଏନ୍‌ଜାଇମ୍‌ ରହିଛି, ଯାହାର ନାମ ପପେନ (Papain)।

ପପେନ ତ୍ଵଚାରୁ ମୃତ କୋଷିକାକୁ ବାହାର କରି ତ୍ଵଚାକୁ ସୁନ୍ଦର କରିଥାଏ । ଅମୃତଭଣ୍ଡାରେ ପପେନ ସହ ଅନ୍ୟ ଭିଟାମିନ୍‌- A,C,E ପ୍ରଚୁର ମାତ୍ରାରେ ଥାଏ । ଏଥିରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫଲିକ୍‌ ଏସିଡ୍ ମଧ୍ୟ ରହିଛି ।

ତ୍ଵଚାରେ ବିଭିନ୍ନ ପ୍ରକାର କସମେଟିକ୍ କ୍ରିମ୍‌ ଲଗାଇବା ଦ୍ୱାରା ତାହା ଖରାପ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ଦ୍ୱାରା ଆମେ କିପରି ନିଜ ତ୍ଵଚାକୁ କିପରି ସୁନ୍ଦର କରିପାରିବା ।

ଅମୃତଭଣ୍ଡା ଓ ମହୁ :

ଗୋଟେ କପ୍‌ ଅମୃତଭଣ୍ଡା କୋରା ଓ ଏକ ଚାମଚ ମହୁକୁ ମିଶାଇ ଫେଣ୍ଟନ୍ତୁ । ତାକୁ ମୁହଁରେ ୩୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ୩୦ମିନିଟ୍‌ ପରେ ମୁହଁ ଧୋଇଦିଅନ୍ତୁ । ତାପରେ ଦେଖିବେ ମୁହଁ ଅଧିକ ସୁନ୍ଦର ଦେଖାଯାଇଛି ।

ଅମୃତଭଣ୍ଡା, ଦହି ଓ ହଳଦୀ :

ଖରାରେ ବୁଲିଲେ ମୁହଁରେ କିଛି ଅଂଶ କଳା ପଡ଼ିଯାଏ । ଅମୃତଭଣ୍ଡାର ପେଷ୍ଟ ବନାଇ ସେଥିରେ ଅଳ୍ପ ହଳଦୀ,ଗୋଟେ ଚାମଚ ଗୋଲାପ ଜଳ, ଅଳ୍ପ ଦହି ମିଶାଇ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁ କରନ୍ତୁ । ପେଷ୍ଟଟି ପ୍ରସ୍ତୁତ ହୋଇଗଲା ପରେ ମୁହଁର ଯେଉଁ ଅଂଶ କଳା ପଡ଼ିଯାଇଥିବ ତା ଉପରେ ଏହି ପେଷ୍ଟଟି ଲଗାନ୍ତୁ । ୧୫ମିନିଟ୍‌ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ମୁହଁ ପୂର୍ବ ପରି ଠିକ୍‌ ହୋଇଯିବ ।

Leave A Reply